27.1 C
Bhubaneswar
Thursday, May 22, 2025
Homeଦେଶ ବିଦେଶଭିକ୍ଷୁକ ର‌୍ୟାକେଟ୍ ଠାବ,୧୦ ଗିରଫ; ଭିଖାରୀଙ୍କ ହାରାହାରି ମାସିକ ଆୟ ୩ ଲକ୍ଷ ଟଙ୍କା

ଭିକ୍ଷୁକ ର‌୍ୟାକେଟ୍ ଠାବ,୧୦ ଗିରଫ; ଭିଖାରୀଙ୍କ ହାରାହାରି ମାସିକ ଆୟ ୩ ଲକ୍ଷ ଟଙ୍କା

ହାଇଦ୍ରାବାଦ: ତେଲେଙ୍ଗାନା ପୁଲିସ ହାଇଦ୍ରାବାଦରେ ସକ୍ରିୟ ଥିବା ଏକ ଭିକ୍ଷୁକ ର‌୍ୟାକେଟ ଠାବ କରିଥିବା ଜଣାପଡିଛି । ୱେଷ୍ଟ୍‌ଜୋନ୍ ପୁଲିସ କମିଶନରଙ୍କ ନେତୃତ୍ୱରେ ଗଠିତ ସ୍ପେଶାଲ ଟାସ୍କ୍ ଫୋର୍ସ ଏହି ର‌୍ୟାକେଟ୍‌ର ପର୍ଦ୍ଦାଫାସ୍ କରିଥିବାବେଳେ ୨୩ ଜଣ ଭିଖାରୀଙ୍କୁ ଉଦ୍ଧାର କରିଛି । ଗ୍ୟାଙ୍ଗ୍ ଚଳାଉଥିବା ୩ ସର୍ଦ୍ଦାରଙ୍କ ସମେତ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ୮ ଜଣ ଶିଶୁ ସାମିଲ ଥିବା କୁହାଯାଇଛି । ର‌୍ୟାକେଟ୍ ମାଫିଆଙ୍କ ନିର୍ଦ୍ଦେଶରେ ଏହି ଗ୍ୟାଙ୍ଗ୍‌ର ଭିଖାରୀମାନେ ସହରର ବିଭିନ୍ନ ଟ୍ରାଫିକ୍ ସିଗ୍‌ନାଲ, ସପିଙ୍ଗ୍ ମଲ୍ ଏବଂ ମଲ୍‌ଟିପ୍ଲେକ୍ସ ସିନେମା ହଲ ସମ୍ମୁଖରେ ଭିକ୍ଷାବୃତ୍ତି କରୁଥିବା ଜଣାପଡିଛି ।

ଉଦ୍ଧାର କରାଯାଇଥିବା ଭିଖାରୀଙ୍କ ନିକଟରୁ ଏକାଧିକ ସ୍ମାର୍ଟଫୋନ, ଷ୍ଟିଲ ବାକ୍ସ ଓ ନଗଦ ୧.୩୮ ଲକ୍ଷ ଟଙ୍କା ଜବତ କରାଯାଇଛି । ଗ୍ୟାଙ୍ଗ୍‌ରେ ସାମିଲ ଥିବା ଭିଖାରୀଙ୍କ ମାସିକ ଆୟ ହାରାହାରି ୨ରୁ ୩ ଲକ୍ଷ ଟଙ୍କା ବୋଲି ତଦନ୍ତରୁ ଜଣାପଡିଛି । ଗ୍ୟାଙ୍ଗ୍‌ର ମୁଖ୍ୟ କୁହାଯାଉଥିବା ସୂର୍ଯ୍ୟପ୍ରକାଶ ଆଖପାଖ ଅଞ୍ଚଳରର ନିରାଶ୍ରୟା ନାବାଳିକ, ନାବାଳିକାଙ୍କ ପ୍ରଲୋଭନ ଦେଖାଇ ଭିକ୍ଷାବୃତ୍ତିିରେ ନିୟୋଜିତ କରିଥିଲା । ପ୍ରତ୍ୟେକ ଭିଖାରୀ ଦୈନିକ ୧୫୦୦ରୁ ୨୦୦୦ ଟଙ୍କା ଉପାର୍ଜନ କରୁଥିଲେ ସୁଦ୍ଧା ପାରିଶ୍ରମିକ ବାବଦରେ ସେମାନଙ୍କୁ ୨୦୦ ଟଙ୍କା ମିଳୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking