31.1 C
Bhubaneswar
Friday, February 21, 2025
Homeଦେଶ ବିଦେଶରତ୍ନ ହରାଇଲା ଭାରତ, ଲତା ମଙ୍ଗେସକରଙ୍କୁ ମିଳିଥିଲା ଏହିସବୁ ସମ୍ମାନ

ରତ୍ନ ହରାଇଲା ଭାରତ, ଲତା ମଙ୍ଗେସକରଙ୍କୁ ମିଳିଥିଲା ଏହିସବୁ ସମ୍ମାନ

ମୁମ୍ବାଇ : ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଲତା ମଙ୍ଗେସକରଙ୍କର ପରଲୋକ ହୋଇଛି। ୯୨ ବର୍ଷରେ ମୃତ୍ୟୁ ବରଣ କରିଛନ୍ତି ଲତା। ଆଜି ସକାଳ ୮ଟା ୧୨ ମିନିଟରେ ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ଲତା। ମାତ୍ର ୫ ବର୍ଷ ବୟସରେ ବାପାଙ୍କ ଠାରୁ ସଂଗୀତ ଶିଖିଥିଲେ ଲତା। ୧୯୪୨ରେ ସଂଗୀତ ଜୀବନ ଆରମ୍ଭ କରିଥିଲେ। ୧୯୬୯ ପ୍ରଚ୍ଛଦପଟ ଗାୟିକା ଭାବେ ସମ୍ମାନ ମିଳିଥିଲା। ୧୯୭୪ ସର୍ବାଧିକ ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ। ମଧୁର ସ୍ୱର ପାଇଁ ତାଙ୍କୁ ନାଇଟିଙ୍ଗେଲ ବୋଲି କୁହାଯାଉଥିଲା।

ଲତା ମଙ୍ଗେସକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହିତ ୪ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା। ତାଙ୍କୁ ଫିଲ୍ମ ଫେୟାର ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା। ସେ ହିନ୍ଦୀ ସହିତ ବିଭିନ୍ନ ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ୧୯୬୯ରେ ଲତା ମଙ୍ଗେସକରଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା।

୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ। ୧୯୯୩ରେ ଜୀବନ ବ୍ୟାପୀ ସାଧନା ପୁରସ୍କାର। ୧୯୯୯ରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୧ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ୨୦୦୯ ଏକାଥରକେ ୩ଟି ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ।୨୦୧୧ରେ ଗିନିଜ ବୁକ୍‌ ରେକର୍ଡରେ ସ୍ଥାନ ପାଥିଲେ। ଲତାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟ ମିଳିଥିଲା। ଫ୍ରାନ୍ସ ସରକାର ତାଙ୍କୁ ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନରରେ ସମ୍ମାନିତ କରିଥିଲେ। ମଧ୍ୟ ପ୍ରଦେଶ ସରକାର ତାଙ୍କ ନାଁରେ ଏକ ପୁରସ୍କାର ମଧ୍ୟ ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking