26.1 C
Bhubaneswar
Tuesday, September 17, 2024
Homeଓଡିଶାବାହାନଗା ଟ୍ରେନ୍ ଦୁର୍ଘଟଣା: ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ

ବାହାନଗା ଟ୍ରେନ୍ ଦୁର୍ଘଟଣା: ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର କରାଯାଉଛି ।

ଭୁବନେଶ୍ୱର ଏମ୍ସରେ ୮୧ଟି ମୃତଦେହ ରହିଥିବା ବେଳେ ବିଏମସି କର୍ତ୍ତୃପକ୍ଷ ୨ଟି ଶବ ଦାହ କରିଛନ୍ତି । ସୂଚନା ଅନୁସାରେ, ୨୯ଟି ମୃତଦେହର ଡିଏନଏ ମ୍ୟାଚ୍ ପରେ ପ୍ରଶାସନ ୧୯ଟି ମୃତଦେହ ହସ୍ତାନ୍ତର କରିଛି । ତେବେ ବିହାର ଓ ଝାଡ଼ଖଣ୍ଡର ଗୋଟିଏ ଗୋଟିଏ ମୃତଦେହକୁ ଅଧିକ ଦୂରତା ଯୋଗୁଁ ନେବାକୁ ମନା ପରିବାର ଲୋକ ମନା କରିବା ପରେ ପ୍ରଶାସନ ଅନ୍ତିମ ସତ୍କାର କରିଛି ।

ଝାଡ଼ଖଣ୍ଡର ଦିନେଶ ଯାଦବ ଓ ବିହାରର ସୁରେଶ ରାୟଙ୍କ ଶବ ସତ୍କାର ପ୍ରଶାସନ ପକ୍ଷରୁ କରାଯାଇଛି । ସରକାରୀ ନିୟମ ଅନୁସାରେ ମୃତଦେହ ପୋଡ଼ା ଯାଇଛି । ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, ସମ୍ମାନର ସହ ସତ୍ୟ ନଗର ଶ୍ମଶାନରେ ମୃତଦେହ ସତ୍କାର କରାଯାଇଥିବା ବେଳେ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking