17.1 C
Bhubaneswar
Saturday, January 11, 2025
Homeଓଡିଶାଭଦ୍ରକ : ୭ ଜୋନ୍‌ରେ ଗଣତି, ସବୁଥିରେ ବିଜେଡି ଆଗୁଆ, ୨ଟିରେ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦୀ

ଭଦ୍ରକ : ୭ ଜୋନ୍‌ରେ ଗଣତି, ସବୁଥିରେ ବିଜେଡି ଆଗୁଆ, ୨ଟିରେ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦୀ

ଭଦ୍ରକ: ଆଜି ତ୍ରିସ୍ତରୀୟ ପଞ୍ଚ।।ୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଦସ୍ୟଙ୍କୁ ବାଦ ଦେଲେ ସଭିଙ୍କ ନଜର ରହିଛି ଜିଲ୍ଲା ପରିଷଦ ଆସନ ଉପରେ । ତେବେ ଆଜି ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ଗୋଟିଏ ଲେଖାଏ କରି ମୋଟ ୭ଟି ଜିଲ୍ଲା ପରିଷଦ ଆସନର ପ୍ରାର୍ଥୀଙ୍କ ଭୋଟ ଗଣତି ହୋଇଛି । ୭ରୁ ୭ ସବୁ ଆସରେ ଖବର ଲେଖା ହେବା ପର୍ଯ୍ୟନ୍ତ ବିଜେଡ଼ି ଦଳ ଆଗୁଆ ରହିଛନ୍ତି । ସେଥି ମଧ୍ୟରୁ ୫ଟି ଆସନରେ ବିଜେପି ସହ ଲଢେଇ ହୋଉଥିବା ବେଳେ ୨ଟି ଆସନରେ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦୀ ହୋଇଛି । ଗତ ପଞ୍ଚାୟତ ନିର୍ବାଚନ ୨୦୧୭ରେ ଭଦ୍ରକର ଏହି ୭ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରେ ଗୋଟିଏ ବିଜେପି କବ୍‌ଜାରେ ଥିଲା । ଏହା ଚଳିତ ନିର୍ବାଚନରେ ହାତରୁ ଯିବାର ଆଶଂକା ଦେଖା ଦେଇଛି । ଭଦ୍ରକ ଜିଲ୍ଳାର ମୋଟ ୨୮ଟି ଜିଲ୍ଲା ପରିଷଦ ଆସନ । ସେଥିରୁ ଆଜି ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ଘଟପୁର, ନନ୍ଦପୁର, ଭୂଇଁବତ୍ତି, ମାଧପୁର ଓ ସୁନ୍ଦରପୁର ପଞ୍ଚାୟତକୁ ନେଇ ଜୋନ ନଂ୧ ଯାହା ଅଣ ସଂରକ୍ଷିତ, ତିହିଡ଼ି ବ୍ଳକର ଅଚକ, ଗୁଆମାଳ, ତାଳପଦା, ଦୋଳସାହି, ନୟାନନ୍ଦ, ପାଳିଆବିନ୍ଧା ପଞ୍ଚାୟତକୁ ନେଇ ୬ ନଂ ଜୋନ ଯାହା ମହିଳାଙ୍କ ପାଇଁ ସଂରକ୍ଷିତ, ଧାମନଗର ବ୍ଳକର ଗୋବିନ୍ଦପୁର, ଦଇପୁର, ବୟାଙ୍ଗଡିହି, ଭଗବାନପୁର, ରାଧାବଲ୍ଲଭପୁର, ସରେଇଚୁଡାକୁଟୀ ପଞ୍ଚାୟତ ୧୦ ନଂ ଜୋନ ଯାହା ମହିଳାଙ୍କ ନିମନ୍ତେ ସଂରକ୍ଷିତ । ସେହିପରି ବନ୍ତ ବ୍ଲକର ଅଣିଜୋ, ଆଡ଼ିଆ, ଗୋପିନାଥପୁର, ଚାରିଗାଁ, ପୁରୁଷଣ୍ଢ, ବଡମହିଷିଗୋଠ, ବଡହାଟ ତ୍ରିଲୋଚନପୁର (ବି.ଟି.ପୁର), ମହାନ୍ତିପଡ଼ା, ରାମଚନ୍ଦ୍ରପୁର ୧୪ ନଂ ଜୋନ ଯାହା ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ । ବାସୁଦେବପୁର ବ୍ଲକର ଅରଣ୍ଡୁଆ, ଆରୁହା, ଖରିଦାବିନାୟକପୁର, ନରସିଂହପୁର, ବରଣ୍ଡୁଆ, ବ୍ରାହ୍ମଣୀଗାଁ ପଞ୍ଚାୟତକୁ ନେଇ ୧୭ ନଂ ଜୋନ ଯାହା ମହିଳାଙ୍କ ପାଇଁ ସଂରକ୍ଷିତ, ଭଣ୍ଡାରିପୋଖରୀ ବ୍ଳକର ଝୁଟୁଣା, ତେସିଙ୍ଗା, ନାଆମୀ, ନେରଡ଼ା, ବନ୍ଦଳୋମଢିଆଳି, ରାଜେନ୍ଦ୍ରପୁର, ରାମଚନ୍ଦ୍ରପୁର, ସାନଶାସନ ପଞ୍ଚାୟତକୁ ନେଇ ୨୨ ନଂ ଜୋନ ଯାହା ଅଣସଂରକ୍ଷିତ ଏବଂ ଭଦ୍ରକ ବ୍ଳକର ଆମ୍ବରୋଳି, ଓଲଙ୍ଗ, କାଉପୁର, ଗେଲଟୁଆ, ଦଇସିଂ, ବନ୍ଧଗାଁ, ବାଣିତିଆ, ବାଉଦପୁର ଓ ରାହାନ୍ଦିଆ ପଞ୍ଚାୟତକୁ ନେଇ ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ଆସନ ଯାହା ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି, ସେହି ସବୁ ଆସନର ଭୋଟ ଗଣିତ ହେଉଛି । ସର୍ବଶେଷ ଖବର ଅନୁଯାୟୀ ୧ ନଂ ଜୋନରେ ବିଜେଡି ପ୍ରାର୍ଥୀ ପ୍ରିନ୍‌ସ ରାକେଶ ନାୟକ ୩୯୬୨, ବିଜେପିର ସୁରେଶ ସାହୁ, ୩୦୪୫, କଂଗ୍ରେସର ନିମାଇଁ ଚରଣ ଦାସ ୩୬୫, ଜୋନ ନଂ ୬ରେ ବିଜେଡିର ରୁଜାତା ପଣ୍ଡା ୪୨୮୩, ବିଜେପିର ପ୍ରିୟଙ୍କା ପଣ୍ଡା ୩୪୦୨, କଂଗ୍ରେସର ପୁଷ୍ପାଞ୍ଜଳି ପାତ୍ର ୧୨୬, ୧୦ ନଂ ଜୋନରୁ ବିଜେଡ଼ିର ଟୁନୁବାଳା ବିଶ୍ୱାଳ ୫୦୫୬, ବିଜେପିରୁ ରଞ୍ଜିତା ସ୍ୱାଇଁ ୩୬୫୫, କଂଗ୍ରେସରୁ ପ୍ରତିଭା ଦାସ ୨୪୫, ୧୪ ନଂ ଜୋନ୍‌ରୁ ବିଜେଡ଼ି ପ୍ରାର୍ଥୀ ରୁନିତା ଦାସ ୭୭୯୨, କଂଗ୍ରେସ ପ୍ରାର୍ଥୀ ସଂଯୁକ୍ତା ଦାସ ୩୨୭୫, ବିଜେପି ପ୍ରାର୍ଥୀ ଦମୟନ୍ତୀ ଜେନା ୧୪୬୧, ୧୭ ନଂ ଜୋନରୁ ବିଜେଡ଼ି ପ୍ରାର୍ଥୀ ଜୟନ୍ତୀ ବାରିକ ୨୯୨୮, ବିଜେପିର ସନ୍ଧ୍ୟାରାଣୀ ଷଡଙ୍ଗୀ ୧୬୨୬, କଂଗ୍ରେସରୁ ଅନ୍ନପୂର୍ଣ୍ଣା ବାରିକ ୧୩୭୨, ୨୨ ନଂ ଜୋନରୁ ବିଜେଡ଼ିର ବଦ୍ରି ନାରାୟଣ ରାଉତ ୫୦୧୦, କଂଗ୍ରେସର ରମେଶ ଚନ୍ଦ୍ର ଭାରତୀ ୩୭୧୦, ବିଜେପିର ସ୍ୱରାଜ ମହାପାତ୍ର ୧୯୨୧, ୨୫ ନଂ ଜୋନରୁ ବିଜେଡ଼ିର ପ୍ରତିମା ଜେନା ୭୪୦୭, ବିଜେପିର ପ୍ରଜ୍ଞା ପରମିତା ଜେନା ୪୩୫୫, କଂଗ୍ରେସରୁ ସତ୍ୟଭାମା ଦାସ ୬୫୦ ଖଣ୍ଡ ଭୋଟ ପାଇଛନ୍ତି । ଜୋନ ନଂ ୧, ୬, ୧୦, ୧୭, ୨୫ ନଂ ଜୋନରେ ବିଜେଡ଼ି ସହ ବିଜେପିର ଲଢେଇ ହୋଇଥିବା ବେଳେ ୧୪ ଓ ୨୨ ନଂ ଜୋନରେ ବିଜେଡ଼ି ସହ କଂଗ୍ରେସର ଲଢେଇ ହୋଇଛି । ଏହି ୭ଟି ଜିଲ୍ଲାପରିଷଦ ଆସନରେ ଗତ ନିର୍ବାଚନରେ ୬ଟି ବିଜେଡ଼ି ହାତରେ ଥିବା ବେଳେ କେବଳ ୧୦ ନଂ ଜୋନଟି ବିଜେପି ହାତରେ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking