ଭୁବନେଶ୍ୱର : ଭଦ୍ରକ ଲିଙ୍କ୍ରେ ଯାଜପୁର ୬ଜଣ ବୋଲି ଯାଜପୁର ଜିଲ୍ଲାପାଳ କହିଥିବାବେଳେ କିନ୍ତୁ ଭଦ୍ରକ ଜିଲ୍ଲାପାଳ ଏହାକୁ ଆଜି ଏକ ପ୍ରେସ୍ମିଟ୍ରେ ଖଣ୍ଡନ କରିଛନ୍ତି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛିି ।
ସୂଚନା ଅନୁଯାୟୀ, ଭଦ୍ରକର ସଂପୃକ୍ତ ବ୍ୟକ୍ତି ୨୯ ତାରିଖରେ ଦିନ ଏକ ଭ୍ୟାନ୍ରେ ଆସିଥିଲେ । କୋଲକାତାରୁ ଅନ୍ୟ ୬ଜଣଙ୍କ ସହ ଭ୍ୟାନ୍ରେ ଆସି ଭଦ୍ରକରେ ପହଂଚିଥିଲେ । ଯାଜପୁର ଜିଲ୍ଲାପାଳ କହିବା ଅନୁଯାୟୀ, ତାଙ୍କ ସହ ଆସିଥିବା ଅନ୍ୟ ୬ଜଣଙ୍କ ଘର ଯାଜପୁର ବୋଲି । ଯାଜପୁର ଷଠିପୁର ନିକଟରେ ସେମାନଙ୍କ ଘର ହୋଇଥିବା ସେ କହିଛନ୍ତି । କିନ୍ତୁ ଭଦ୍ରକ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି । ସମସ୍ତ ୬ଜଣ କୋଲକାତାରରେ ଶ୍ରମିକ ଭାବେ କାମ କରୁଥିବା ସୂଚନା ମିଳିଛି । ଯଦି ୩୦ ତାରିଖ ଦିନ ସକାଳେ ସେମିତି କେହି କୋଲକାତାରୁ ଆସିଛନ୍ତି ଜଣାନ୍ତୁ । ଗ୍ରାମ କମିଠିକୁ ମଧ୍ୟ ଠିକଣା ଲଗାଇବାକୁ ଅନୁରୋଧ କଲେ ଜିଲ୍ଲାପାଳ । ସେ କହିଛନ୍ତି ଭଦ୍ରକରେ ଆଜିର କରୋନା ସଂକ୍ରମିତଙ୍କ ମଧ୍ୟରେ ଯାଜପୁରର କୌଣସି ଲିଙ୍କ୍ ନାହିଁ । ହେଲେ ପ୍ରକୃତ କଥା କ’ଣ କିଏ କହୁଛି ସତ ତାହା ପ୍ରଶାସନ ପକ୍ଷରୁ ତଦନ୍ତ ହେଲେ ଜଣାପଡ଼ିବ ।