19.1 C
Bhubaneswar
Saturday, February 7, 2026
Homeଓଡିଶାଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିରାଟ ମଶାଲ ଶୋଭାଯାତ୍ରା

ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିରାଟ ମଶାଲ ଶୋଭାଯାତ୍ରା

ଭଦ୍ରକ: ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ନେତା ଅସିତ ପଟ୍ଟନାୟକ ଙ୍କ ନେତୃତ୍ୱରେ ସ୍ଥାନୀୟ ବନ୍ତ ଛକ ନିକଟରୁ ଦୁଇ ହଜାରରୁ ଦଳୀୟ କର୍ମୀ ମାନେ ହାତରେ ମଶାଲଧରି ସହର ପରିକ୍ରମା କରିଥିବା ବେଳେ ଏଥିରେ ସାମିଲ ହୋଇଥିଲେ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ପୂର୍ବତନ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ,ଯୁବ ନେତା ୟାଶିର ନୱାଜ, ଜିଲ୍ଲା ପର୍ଯ୍ୟବେକ୍ଷକ ଜାନକୀ ପଟ୍ଟନାୟକ, ଅଜିତ ଜେନା ପ୍ରମୁଖ ସାମିଲ ହୋଇଥିଲେ। ପରେ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଟାଉନ ଛକ ଠାରେ ଏକ ପଥପ୍ରାନ୍ତ ସଭା ଭଦ୍ରକ ନେତା ଅସିତ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ତାଙ୍କ ବକ୍ତବ୍ୟ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିବା ସହ ଆଗାମୀ ଦିନରେ ରାଜ୍ୟ ବାସୀ ଏହି ଦୁର୍ନୀତି ଗସ୍ଥ,ମହିଳା ବିରୋଧି ତଥା ଅପାରଗ ସରକାରକୁ ଉଚିତ ଜବାବ ଦେବେ ବୋଲି କହିଥିଲେ ।

ଏ ସରକାର ଅମଳରେ ମହିଳା ଓ କୋମଳମତି ଝିଅ ମାନଙ୍କ ପ୍ରତି ବଳାତ୍କାର, ହତ୍ୟା, ଧର୍ଷଣ ବଢ଼ିଚାଲି ଥିବା ବେଳେ ସରକାର ସେମାନଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ ବିଫଳ ହୋଇଛି । ଦଳୀୟ ବିଧାୟକ ମାନେ ରାଜ୍ୟ ବାସୀଙ୍କ ହକ ଓ ନ୍ୟାୟ ପାଇଁ ବିଧାନସଭାରେ ପ୍ରତିବାଦ କରିଥିବାରୁ ଅଗଣତାନ୍ତ୍ରିକ ଭାବେ ସେମାନଙ୍କୁ ସସ୍ପେଣ୍ଡ କରାଯିବା ଘଟଣା ଅତି ଲଜ୍ୟାଜନକ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦାସ ବକ୍ତବ୍ୟ ଦେଇଥିଲେ । ଆୟୋଜିତ ଏହି ସଭାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଅନନ୍ତ ସେଠି,ୟାଶିର ନୱାଜ,ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା, ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀ ମହାନ୍ତି,ମହିଳା ନେତ୍ରୀ ଅମିତା ବାଳା ଆଚାର୍ଯ୍ୟ,, ଶୁଭେନ୍ଦୁ ରାୟ ମହାପାତ୍ର, ଦେବରୂପ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking