ଭୁବନେଶ୍ୱର : ସାବଧାନ ହେଇଯାନ୍ତୁ ରୋଡ଼ ରୋମିଓ। ଆଜିକାଲିକା ଦୁନିଆରେ ଜୋରେ ଶବ୍ଦ କରି ଗାଡି ଚଳାଇବା ଏକ ପ୍ରକାର ଫ୍ୟାସନ ହେଇଗଲାଣି । ଡିଜେ ଭଳି ଶବ୍ଦ କରି ଗାଡି ଚଳାଉଥିବା ରୋଡ଼ ରୋମିଓଙ୍କୁ ସାବାଡ କଲେ କମିଶନରେଟ ପୋଲିସର ଟ୍ରାପିକ ଟିମ୍ । ଆଜି ଏକ ବିକଟାଳ ଶବ୍ଦ କରି ଯାଉଥିବା ବାଇକକୁ ଜବତ କରିଛି କମିଶନରେଟ ପୋଲିସ । ଜବତ ଗାଡିକୁ କୋର୍ଟ ଚାଲାଣ କରିବ କମିଶନରେଟ ପୋଲିସ ।
ଏହାସହ ଆଜି ଜନସାଧାରଣଙ୍କୁ କମିଶନରେଟ ପୋଲିସ ଅପିଲ କରିଛି ଯେ, ଯଦି ଆପଣଙ୍କ ନଜରରେ ଏଭଳି ଶବ୍ଦ କରି ଚଳାଉଥିବା ଗାଡି ପଡେ , ତେବେ ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ । ଏଥିପାଇଁ ହ୍ଵାଟ୍ସଆପ୍ ନମ୍ବର ଜାରି କରିଛି କମିଶନରେଟ ପୋଲିସ । ତେବେ ନମ୍ବର ଟି ହେଉଚି 8093028107 ।
ଆଜିକାଲି ବାଇକରେ ନୂଆ ନୂଆ ସାଉଣ୍ଡର ହର୍ନ ଲଗାଇବା ଯୁବପୀଢୀଙ୍କ ପାଇଁ ଏକ ପ୍ରକାର ସୌଖ ପାଲଟିଛି । ବାଇକରେ ଏମିତି ବିକଟାଳ ସାଉଣ୍ଡ ଦିଆଯାଉଛି ଯେ, କେହି ବି ଡରିଯିବ ।ସେଥିପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏବଂ ସାଧାରଣରେ ଏପରି ପଦକ୍ଷେପକୁ ନେଇ ବେଶ ପ୍ରଶଂସା କରାଯାଉଛି