20.1 C
Bhubaneswar
Saturday, December 21, 2024
Homeଓଡିଶାଅନୁଗୁଳବର୍ବରକାଣ୍ଡ: ଗାଁ ସଭାପତିଙ୍କୁ ଇଞ୍ଜେକ୍‌ସନ୍‌ ଦେଇ ହତ୍ୟା

ବର୍ବରକାଣ୍ଡ: ଗାଁ ସଭାପତିଙ୍କୁ ଇଞ୍ଜେକ୍‌ସନ୍‌ ଦେଇ ହତ୍ୟା

ଅନୁଗୁଳ : ଅନୁଗୁଳ ସଦର ଥାନା ଆମ୍ବପାଳ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କୁକୁଡ଼ା ଫାର୍ମରେ ଶୋଇଥିବା ବେଳେ ଗାଁ ସଭାପତିଙ୍କୁ ବିଷ ଇଞ୍ଜେକ୍ସନ୍‌ ଦେଇ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। କେବଳ ଏହିଭଳି ଅମାନୁଷିକ ଘଟଣା ଘଟାଇ ନାହାନ୍ତି, ହତ୍ୟାକାଣ୍ଡ ପରେ ମାଓବାଦୀମାନେ ଯେମିତି ଚିଠି ଛାଡ଼ିଦେଇ ଯାଆନ୍ତି ଠିକ୍‌ ସେମିତି ଏକ ଚିଠି ଛାଡ଼ିଦେଇ ଯାଇଛନ୍ତି। ଯେଉଁଥିରେ, ‘ସଭାପତି ମହୋଦୟ, ଗାଁ ପାଇଁ ସହିଦ ହୋଇଯାଅ’ ବୋଲି ଉଲ୍ଲେଖ କରିଛନ୍ତି। ଏହିଭଳି ଏକ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳବାସୀ ହତବାକ୍‌ ହୋଇଯାଇଛନ୍ତି। ହତ୍ୟାକାଣ୍ଡର ଶିକାର ହୋଇଥିବା ଗାଁ ସଭାପତି ହେଲେ, ବାଳକୃଷ୍ଣ ନାୟକ(୫୮)।

ବାଳକୃଷ୍ଣ ଆମ୍ବପାଳ ଗାଁର ସଭାପତି ଦାୟିତ୍ବ ତୁଲାଉଥିଲେ। ସବୁଦିନ ପରି ଗତକାଲି ରାତିରେ ଖାଇପିଇ ସାରି ଘର ନିକଟସ୍ଥ ତାଙ୍କର ଏକ କୁକୁଡ଼ା ଫାର୍ମକୁ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ହଠାତ୍‌ ଟଳମଳ ଅବସ୍ଥାରେ ସେ ଆସି ଘରେ ପହଞ୍ଚିଥିଲେ। ଅସୁସ୍ଥ ଅବସ୍ଥାରେ କହିଥିଲେ, କିଛି ମୁଖାପିନ୍ଧା ଯୁବକ କୁକୁଡ଼ା ଫାର୍ମକୁ ଆସି ମାଡ଼ ମାରିଛନ୍ତି। ଦୁଇଟା ଇଞ୍ଜେକ୍‌ସନ୍‌ ଦେବାସହିତ କିଛି ପିଆଇ ଦେଇଛନ୍ତି। ଏହା କହିସାରିବା ପରେ ହଠାତ୍‌ ଅଚେତ ହୋଇପଡ଼ିଥିଲେ ବାଳକୃଷ୍ଣ। ପରିବାର ଲୋକେ ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କଟକ ନେବାବାଟରେ ହିଁ ବାଳକୃଷ୍ଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking