ବାଙ୍ଗାଲୋର : ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗରେ ବାଇବେଲ୍ ଆଣିବା ବାଧ୍ୟତାମୂଳକ । ଏଭଳି ଆଦେଶ ଦେଇଛନ୍ତି ବାଙ୍ଗାଲୋରଏକ ବେସରକାରୀ ସ୍କୁଲ । ହିଜାବ ପରେ ଏବେ ବାଇବେଲ୍କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ବାଙ୍ଗାଲୋର ସ୍ଥିତ କ୍ୟୁରେନ୍ସ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଆସିବାବେଳେ ସାଙ୍ଗରେ ବାଇବେଲ ଆସିବାକୁ ବାଧ୍ୟତାମୂଳକ କରିଛି ।
ଏଥିପାଇଁ ଆପତ୍ତି କରିବେ ନାହିଁ ବୋଲି ଅଭିଭାବକଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଲୋଡିଛି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଚିଠି ଲେଖିଛନ୍ତି । ବିଦ୍ୟାଳୟରେ ବହୁ ଅଣଖ୍ରୀଷ୍ଟିଆନ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କୁ ବାଇବେଲ ଆଣିବାକୁ ବାଧ୍ୟ କରାଯିବା ଅନୁଚିତ ବୋଲି ସମିତି ଦର୍ଶାଇଛି । ଏପରି ଆଦେଶ ସମ୍ବିଧାନ ଧାରା ୨୫ ଓ ୩୦ର ଉଲ୍ଲଘଂନ କରୁଥିବାରୁ ସ୍କୃଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷାମନ୍ତ୍ରୀଙ୍କୁ ନିବେଦନ କରିଛି ସମିତି । ଅପରପକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ଜର୍ଜ ମାଥ୍ୟୁ କହିଛନ୍ତି ଯେ ନିର୍ଦ୍ଦେଶକୁ କିଛି ଲୋକ ବିରୋଧ କରୁଛନ୍ତି । କର୍ତ୍ତୃପକ୍ଷ ଆଇନର ଉଲ୍ଲଂଘନ କରିବେ ନାହିଁ ।