17.1 C
Bhubaneswar
Sunday, December 29, 2024
Homeଦେଶ ବିଦେଶକେଶପୁରରେ ବିଜେପି କର୍ମୀଙ୍କୁ ଆକ୍ରମଣ

କେଶପୁରରେ ବିଜେପି କର୍ମୀଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ପୂର୍ବ ମେଦିନିପୁରର ହାଇପ୍ରୋଫାଇଲ ସିଟ ନନ୍ଦୀଗ୍ରାମ ସମେତ ୪ ଜିଲ୍ଲା (ପୂର୍ବ ମେଦିନୀପୁର, ପଶ୍ଚିମ ମେଦିନିପୁର, ବାଙ୍କୁଡା ଓ ଦକ୍ଷିଣ ୨୪ ପରଗଣା)ର ୩୦ ବିଧାନସଭା ସିଟରେ ମତଦାନ ହେଉଛି । ୭୬ ଲକ୍ଷ ମତଦାତା ୧୭୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ନନ୍ଦୀଗ୍ରାମରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ଏବଂ ବଙ୍ଗାଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁକାବିଲା ନିଜର ପୂର୍ବ ସହଯୋଗୀ ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ରହିଛି । ନିର୍ବାଚନ ଆୟୋଗ ସମସ୍ତ ୧୦୬୨୦ମତାଦନ କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷିତ କରିଛନ୍ତି । ମତଦାନ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ହେବ ।
ପଶ୍ଚିମବଙ୍ଗ ନିର୍ବାଚନ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ପଶ୍ଚିମ ମେଦିନୀପୁରର କେଶପୁର ବିଧାନସଭା ସିଟର ଭାଜପା ପ୍ରାର୍ଥୀ ପ୍ରିତିଶ ରଂଜନ କୋନାରଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ତୃଣମୂଳ କଂଗ୍ରେସ ଉପରେ ଲାଗିଛି । କୁହାଯାଉଛି ଯେ, ଗଣମାଧ୍ୟମ ପ୍ରତିନିଧି ସହ ମାରପିଟ ହୋଇଛି । ଭାଜପା ପ୍ରାର୍ଥୀଙ୍କ କାର୍ ର କାଚ ଭଙ୍ଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking