ଭୁବନେଶ୍ୱର : ମେଥି ବିଷୟରେ ଏମିତି କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମେଥି ଏମିତି ଗୋଟେ ମସଲା ଯାହା କେବଳ ମସଲା ପାଇଁ ବ୍ୟବହାର ହୋଇନଥାଏ, ଏହାର ବହୁତ ପ୍ରକାର ଲାଭକାରୀ ଗୁଣ ହୋଇଥାଏ ଯାହା ବହୁତ କମ ଲୋକ ଜାଣିଛନ୍ତି ଓ ବହୁତ କମ ଲୋକ ମେଥି ନିଜ ଖାଦ୍ୟ ରେ ବ୍ୟବହାର କରିଥାନ୍ତି । କିନ୍ତୁ ଆଜି ଆମ କଥା ଜାଣି ଆପଣ ମେଥି ଖାଇବା ଆରମ୍ଭ କରିଦେବେ । ମେଥି ପାଣି ସେବନ କରିବା ଦ୍ଵାରା ଆପଣଙ୍କ ଓଜନ ବହୁତ ଶୀଘ୍ର କମିବାକୁ ଲାଗିଥାଏ । କାହିଁକି ନା ମେଥି ପାଣି ସେବନ ଦ୍ଵାରା ଆପଣଙ୍କୁ ଭୋକ ଲାଗିନଥାଏ । ଏହା ଛଡା ମେଥି ପାଣି ଚର୍ବି କମ କରିଥାଏ ସେଥିପାଇଁ ଆପଣଙ୍କୁ ଗୋଟେ ମାସରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ ।
ମେଥି ରେ ଆଣ୍ଟି ଆକ୍ସିଡେଣ୍ଟ ଓ ଆଣ୍ଟି ଇନଫ୍ଲାମେଟୋରି ଗୁଣ ହୋଇଥାଏ, ଯାହା ଦ୍ଵାରା ଆମ କୌଣସି ହାଡ ବା ଗଣ୍ଠି ସମସ୍ୟାକୁ ବହୁତ ଶୀଘ୍ର ଏହା ଦୂର କରିଥାଏ । ମେଥି ପାଣି ପ୍ରତିଦିନ ସେବନ କଲେ ଏହା ଗଣ୍ଠିଆ ରୋଗକୁ ମୂଳରୁ ସମାପ୍ତ କରିଥାଏ ଓ ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ, ମେଥି ପାଣି ପିବା ଦ୍ଵାରା ଶରୀରରୁ ଖରାପ କୋଲେଷ୍ଟ୍ରୋଲ ବାହାରିଥାଏ ଓ ଆପଣଙ୍କୁ ବହୁତ ଭଲ ଅନୁଭବ ହୋଇଥାଏ ।
ମେଥି ପାଣି ସେବନ ଦ୍ଵାରା ହାର୍ଟ ଅଟେକ ସମସ୍ୟା କମିଯାଇଥାଏ, ଯେଉଁ ଲୋକଙ୍କୁ ଉଚ୍ଚ ରକ୍ତ ଚାପ ସମସ୍ୟା ଅଛି ତାଙ୍କୁ ପ୍ରତିଦିନ ମେଥି ପାଣି ଓ ମେଥି ସେବନ କରିବା ଉଚିତ । ମେଥି ସେବନ ଦ୍ଵାରା ଆପଣଙ୍କ ଉଚ୍ଚ ରକ୍ତ ଚାପ ନିୟନ୍ତ୍ରରେ ଥାଏ ଓ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡି ନଥାଏ । ମେଥି ରେ ପୋଟାସିୟମ ହୋଇଥାଏ ଯାହା ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଓ ମେଥିରେ ଫାଇବାର ହୋଇଥାଏ ଯାହା ଶରୀରରୁ ଖରାପ ଓ ଅସନା ବାହାର କରିବାରେ ସାହାଯ୍ୟ କରିଥାଏ ।
ମେଥି ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ ଏହି ଭଳି ଲୋକ ଯାହାକୁ ଡାଇବେଟିସ ଅଛି ତାଙ୍କୁ ମେଥି ସେବନ କରିବା ବହୁତ ଆବଶ୍ୟକ ହୋଇଥାଏ, ଡାଇବେଟିସ ଲୋକ ମେଥି ସେବନ କଲେ ତାଙ୍କ ରକ୍ତରେ ସୁଗାର ମାତ୍ରା ନିୟନ୍ତ୍ରଣ ରେ ରହିଥାଏ ଏହା ଛଡା ମେଥି ଚର୍ମ ରୋଗ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ, ଯେଉଁ ଲୋକଙ୍କୁ କୌଣସି ପ୍ରକାର ଚର୍ମ ରୋଗ ଅଛି ତାଙ୍କୁ ମଧ୍ୟ ମେଥି ସେବନ କରିବା ଆବଶ୍ୟକ ହୋଇଥାଏ ।