31.1 C
Bhubaneswar
Monday, March 9, 2026
Homeଓଡିଶାମାସେ ପରେ ଖୋଲିଲା ବେଲପଡ଼ା ସ୍କୁଲ

ମାସେ ପରେ ଖୋଲିଲା ବେଲପଡ଼ା ସ୍କୁଲ

ନୟାଗଡ଼: ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା ପ୍ରାଥମିକ ସ୍କୁଲରୁ ତାଲା ଖୋଲିଲା। ସୋମବାର ସମ୍ପୃକ୍ତ ସ୍କୁଲରେ ଜିଲାପାଳ ମଧୁମିତା ରଥ ଓ ଅତିରିକ୍ତ ଏସ୍ପି ସୁବାସ ପଣ୍ଡା ପହଞ୍ଚି ୨ ପ୍ଲାଟୁନ ଫୋର୍ସ ଉପ ସ୍ଥିତିରେ ସ୍କୁଲ ଖୋଲିଛନ୍ତି। ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡା ପାଟଣା ପ୍ରାଥମିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ୩୪ ଦିନ ହେଲା ତାଲା ଝୁଲୁଥିଲା।  ସ୍କୁଲ ଖୋଲିଲା ବେଳେ ବାଧକ ସାଜିଥିବା ମୃତକ ଛାତ୍ରଙ୍କ ମା ବାପାଙ୍କ ସମେତ ୧୩ ଜଣଙ୍କୁ ପୋଲିସ ଅଟକ ରଖିଛି। ତେବେ ସ୍କୁଲରେ ତାଲା ପଡିଥିବାରୁ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରି ନଥିଲେ ।ସୋମବାରର ପରକ୍ଷା ନିକଟସ୍ଥ ଦଧି ବାମନ ହାଇସ୍କୁଲରେ କରାଯାଇଛି । କହିରଖୁଛୁ କି, ଗତ ଫେବୃଆରୀ ୩ ତାରିଖରେ ପଞ୍ଚମ ଶ୍ରେଣୀର ଛାତ୍ର ଭୋଲାନାଥ ନାୟକଙ୍କ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking