19.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶବେଜିଂ ଶୀତକାଳୀନ ଅଲିମ୍ପିକ୍‌ସ-୨୦୨୨ : ଗଲୱାନ୍ ଯବାନ ମଶାଲ ବାହକ, ଭାରତର ପ୍ରତିବାଦ

ବେଜିଂ ଶୀତକାଳୀନ ଅଲିମ୍ପିକ୍‌ସ-୨୦୨୨ : ଗଲୱାନ୍ ଯବାନ ମଶାଲ ବାହକ, ଭାରତର ପ୍ରତିବାଦ

ନୂଆଦିଲ୍ଲୀ : ଆଜି  ଚୀନ୍‌ର ରାଜଧାନୀ ବେଜିଂରେ ଶୀତକାଳୀନ ଅଲିମ୍ପିକ କ୍ରୀଡା ଆରମ୍ଭ ହେବାକୁ ଯାଉଛି । ଏଥିରେ ୯୧ଟି ରାଷ୍ଟ୍ରର ପ୍ରାୟ ୩୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ତେବେ ଉଦ୍‌ଘାଟନୀ ଉତ୍ସବ ପାଇଁ ଗଲୱାନ୍ ସଂଘର୍ଷରେ ଭାଗ ନେଇଥିବା ଜଣେ ଚୀନ୍ ସାମରିକ  ଅଧିକାରୀଙ୍କୁ ମଶାଲ ବାହକ ଦାୟିତ୍ୱ ଦିଆଯାଇଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଛି । ଏହାର ପ୍ରତିବାଦରେ ଚୀନ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଉଦ୍‌ଘାଟନୀ କିମ୍ବା ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ନାହିଁ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଗୁରୁୁବାର ସୂଚନା ଦେଇଛନ୍ତି । ଏପରିକି ପ୍ରସାର ଭାରତୀ ପକ୍ଷରୁ ଉଦ୍‌ଘାଟନୀ କିମ୍ବା ଉଦ୍‌ଯାପନୀ ଉତ୍ସବର ସିଧା ପ୍ରସାରଣ କରାଯିବ ନାହିଁ ବୋଲି ଏହାର ସିଇଓ କହିଛନ୍ତି ।

ସୂଚନାଯୋଗ୍ୟ ସୀମା ବିବାଦକୁ କେନ୍ଦ୍ରକରି ୨୦୨୦ ଜୁନ୍‌ରେ ଲଦାଖ୍‌ସ୍ଥିତ ଗଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନ୍ ମଧ୍ୟ ୪୫ ସୈନ୍ୟଙ୍କୁ ହରାଇଥିଲା । ସେତେବେଳେ ଚୀନ୍‌ର ରେଜିମେଣ୍ଟ କମାଣ୍ଡର କ୍ୱି ଫାବାଓ ଭାରତୀୟ ଯବାନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ସେଠାରୁ  ଛତ୍ରଭଙ୍ଗ ଦେଇଥିଲେ । ବର୍ତ୍ତମାନ ଗଲୱାନ୍ ସଂଘର୍ଷରେ ଅଂଶଗ୍ରହଣ କରି ବର୍ତ୍ତିଯାଇଥିବା ସୈନ୍ୟଙ୍କୁ ଚୀନ୍‌ର କମ୍ୟୁନିଷ୍ଟ ସରକାର ହିରୋ ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ଫାବାଓଙ୍କୁ ଶୀତକଳୀନ ଅଲିମ୍ପିକ୍‌ସରେ ମଶାଲ ବାହକ ଦାୟିତ୍ୱ ଦିଆଯାଇଛି।

ତାଙ୍କର ଫଟୋକୁ ଚୀନ୍‌ର ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍‌ସ ପକ୍ଷରୁ ପ୍ରକାଶିତ ହୋଇଛି । ଗଲୱାନ୍ ସଂଘର୍ଷରେ ଚୀନ୍‌ର ବିଜୟ ଘଟିଥିଲା ବୋଲି ପ୍ରଚାର କରିବାକୁ ସେଠାକାର ସରକାର ଶୀତକାଳୀନ ଅଲିମ୍ପିକ୍‌ସରେ ସଂପୃକ୍ତ ଯବାନଙ୍କୁ ମୋହରା ବନାଇଛନ୍ତି । ମୁଣ୍ଡରେ ଆଘାତ ପାଇଥିବା ସତ୍ତ୍ୱେ ଫାବାଓ ସେତେବେଳେ ଭାରତୀୟ ଯବାନଙ୍କର ଉଚିତ ମୁକାବିଲା କରି ଦେଶର ସମ୍ମାନ ବୃଦ୍ଧି କରିଥିଲେ ବୋଲି ଚୀନ୍ ଗଣମାଧ୍ୟମ ଜୋରସୋର ପ୍ରଚାର ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking