20.1 C
Bhubaneswar
Tuesday, November 19, 2024
Homeଓଡିଶାପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁନିଶ୍ଚିତ କରିବା ପରେ ପଂଚାୟତ ନିର୍ବାଚନ କରାଯାଉ : ବିଜେପି

ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁନିଶ୍ଚିତ କରିବା ପରେ ପଂଚାୟତ ନିର୍ବାଚନ କରାଯାଉ : ବିଜେପି

ରାଜ୍ୟ ସରକାର ପଛୁଆ ବର୍ଗ ବିରୋଧୀ ନୀତିରୁ ନିବୃତ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ : ସୁରଥ ବିଶ୍ୱାଳ

ଭୂବନେଶ୍ୱର, : ରାଜ୍ୟରେ ପଛୁଆ ବର୍ଗଙ୍କ ଜନସଂଖ୍ୟା ୫୪ ପ୍ରତିଶତରୁ ଅଧିକ ଏବଂ ଏହି ସଂଖ୍ୟା ପାଖାପାଖି ୨.୫ କୋଟି । ଗତ ୫ଟି ପଂଚାୟତ ନିର୍ବାଚନରେ ପଛୁଆ ବର୍ଗ ପ୍ରାର୍ଥୀମାନେ ୨୭ ପ୍ରତିଶତ ସଂରକ୍ଷଣ ଆଧାରରେ ନିର୍ବାଚନ ଲଢିଛନ୍ତି । ମାତ୍ର ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିବା ସହିତ ଦ୍ୱନ୍ଦ ସୃଷ୍ଟି କରି ତାଙ୍କୁ ପଂଚାୟତ ନିର୍ବାଚନରେ ଭାଗିଧାରୀ ହେବାରୁ ବଂଚିତ ରଖିବାର ହୀନ ପ୍ରୟାସ କରିଛନ୍ତି । ଉଚ୍ଚ ନ୍ୟାୟାଳୟର ଆଳ ଦେଖାଇ ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଆଗାମୀ ନିର୍ବାଚନରେ ବଂଚିତ କରାଇବାକୁ ଷଡଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଏବଂ ପଛୁଆ ବର୍ଗ ବିରୋଧୀ । ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେପି ଓବିସି ମୋର୍ଚ୍ଚା ପ୍ରତିବଦ୍ଧ । ରାଜ୍ୟ ସରକାର ଏଭଳି ହୀନ ଷଡଯନ୍ତ୍ରରୁ ନିବୃତ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଚେତାବନୀ ଦେଇଛନ୍ତି ।
ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିବାବେଳେ ଓଡିଶା ସରକାର ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ । ସେହିପରି ବହୁ ବିଳମ୍ବରେ ଗଠିତ ରାଜ୍ୟ ଓବିସି କମିଶନ ତାଙ୍କ ପାଇଁ ଉିଷ୍ଟ କାର୍ଯ୍ୟ ନକରିଥିବା କାରଣରୁ ଏହାର କୁଫଳ ଏକ ର୍ନିିଷ୍ଟ ଜାତିବର୍ଗ ଭୋଗ କରିବା ଆଦୈା ଯଥାର୍ଥ ନୁହେଁ ବୋଲି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଉପେନ୍ଦ୍ର ଭଞ୍ଜ କହିଛନ୍ତି ।
ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସଂରକ୍ଷଣ ଆଧାରରେ ପ୍ରତିନିଧିତ୍ୱ କରିବା ପାଇଁ ପଛୁଆ ବର୍ଗକୁ ଯେଉଁ ସାମ୍ବିଧାନିକ ଅଧିକାର ଦିଆଯାଇଛି, ତାହା ସୁନିଶ୍ଚିତ କରିବା ପରେ ପଂଚାୟତ ନିର୍ବାଚନ କରାଯିବାକୁ ଭୂବନେଶ୍ୱର ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ତରଫରୁ ମହାମହିମ ରାଜ୍ୟପାଳଙ୍କ ଉଶ୍ୟେରେ ଏଡିଏମଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଂକର ପତି, ସୁକୁମାର ସାହୁ, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ନାୟକ, ସୁସାନ୍ତ ଜେନା, ପ୍ରଶାନ୍ତ ନାୟକ, କବିତା ଲେଙ୍କା, ସୁନୀଲ ପ୍ରଧାନ, ରଶ୍ମୀରଂଜନ ମୁଦୁଲି, ପିୟୁଶ ସାହୁ, ସୁନୀଲ ସାହୁ, ଭୀମସେନ ନାୟକ, ସୁଶୀଲ ସାହୁ, ସ୍ମୃତିରଂଜନ ନାୟକ, ଲକ୍ଷ୍ମଣ ମହାପାତ୍ର, ସୁଶାନ୍ତ ମେକାପ, ମନୋରଂଜନ ସ୍ୱାଇଁ, ନିରଂଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking