28.1 C
Bhubaneswar
Thursday, July 4, 2024
Homeଅପରାଧସ୍ତ୍ରୀ ସୁନ୍ଦର ନଥିବାରୁ ସ୍ୱାମୀ କରୁଥିଲା କିଛି ଏପରି କାମ.....

ସ୍ତ୍ରୀ ସୁନ୍ଦର ନଥିବାରୁ ସ୍ୱାମୀ କରୁଥିଲା କିଛି ଏପରି କାମ…..

ବିହାର: ବିହାରର ଭୋଜପୁରରେ ସ୍ୱାମୀ-ସ୍ତ୍ରୀ ଉପରକୁ ଗୁଳି ଚଳାଇବା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣାରେ ପୋଲିସ ଦୋଷୀ ମାନଙ୍କୁ ଜେରା କରିବା ସମୟରେ ସାମ୍ନାକୁ ଆସିଥିଲା ଏପରି କିଛି ସତ୍ୟ ଯାହା ବିଷୟରେ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ | ପତ୍ନୀଙ୍କୁ ହତ୍ୟା କରିବା ପାଇଁ ସ୍ୱାମୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର। ପୋଲିସର ଜେରା ସମୟରେ ସ୍ୱାମୀ ସ୍ୱୀକାର କରିଥିଲେ ଯେ, ତାଙ୍କ ସ୍ତ୍ରୀ ସୁନ୍ଦର ନୁହଁନ୍ତି, ତେଣୁ ତାଙ୍କୁ ସେ ରାସ୍ତାରୁ ହଟାଇବା ପାଇଁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ |

ଅଗଷ୍ଟ ୩୧ ତାରିଖ ବୁଧବାର ଦିନ, ଗଜରାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ପାକଡିଆବର ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ପୋଲିସ ଟିମ୍ ଦୁଇ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୁଳିମାଡ଼ରେ ବ୍ୟବହୃତ ଗୋଟିଏ ଦେଶୀ ପିସ୍ତଲ, ମୋବାଇଲ ଏବଂ ମୋଟରସାଇକେଲ ଜବତ କରିଛି ପୋଲିସ।ତେବେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା, ଏହି ଗୁଳି ବିନିମୟରେ ମହିଳାଙ୍କ ସ୍ୱାମୀ ବ୍ୟତୀତ ଅନ୍ୟ କେହି ସମ୍ପୃକ୍ତ ନାହାନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାରେ ସ୍ୱାମୀ ଉତ୍କଳ କୁମାର ବିଶ୍ୱକର୍ମା ତାଙ୍କ ପତ୍ନୀ ସନ୍ଧ୍ୟା ଦେବୀଙ୍କୁ ହତ୍ୟା କରିବା ପାଇଁ ୨ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ।

ଅନ୍ୟପକ୍ଷେ, ଅପରାଧୀମାନେ ପତ୍ନୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ, କିନ୍ତୁ ଗୁଳି ବିନିମୟରେ ପତ୍ନୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଯାହାଫଳରେ ସୁପାରୀ କିଲର ମାନେ ତାଙ୍କ ଯୋଜନାରେ ସଫଳ ହୋଇପାରି ନଥିଲେ | ଘଟଣାରେ ସେପ୍ଟେମ୍ବର ୨ ତାରିଖ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଭୋଜପୁର ଏସପି ସଞ୍ଜୟ କୁମାର ସିଂ ଏହି ହାଇ ପ୍ରୋଫାଇଲ୍ ହତ୍ୟା ଷଡ଼ଯନ୍ତ୍ରର ଖୁଲାସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking