28.1 C
Bhubaneswar
Saturday, September 28, 2024
Homeଓଡିଶାଅଦ୍ଭୁତ ଶିଶୁ ଜନ୍ମ

ଅଦ୍ଭୁତ ଶିଶୁ ଜନ୍ମ

ମୟୁରଭଞ୍ଜ: ଆଜିବି ଭୁତକୁନେଇ ଅନେକଙ୍କ ମନରେ ରହିଛି ଭୟ ଓ ଯଦିଓ ଭୁତ ବୋଲି କିଛି ଅଛି କି ନା ସ୍ପଷ୍ଟ ହୋଇନାହିଁ । ସେହିପରି ଭୁତକୁ ଗ୍ରହଣ କରିବାକୁ ବୈଜ୍ଞାନିକମାନେ ରାଜି ନୁହନ୍ତି । ଏହା କେବଳ ମନର ଭ୍ରମ ଓ ପିଲାଦିନେ ମଧ୍ୟ ଆମେ ବୁଢ଼ୀ ମାଆ କୋଳରେ ବହୁତ ଗପ ଶୁଣିଥାଉ ଭୁତକୁନେଇ । ଭୁତକୁନେଇ ଅନେକ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି । ତେବେ ଆଜି ଜଣେ ମାଆଙ୍କ ଗର୍ଭରୁ ଏକ ଅଦ୍ଭୁତ ଶିଶୁ ଜନ୍ମ ଗ୍ରହଣ କରିଛି । ଜନ୍ମିତ ଶିଶୁଟିର ଗୋଟିଏ ଆଖି ତାହା ପୁଣି କପାଳରେ, ସେହିପରି ମୁହଁ ନାହିଁ କହିବା ଠିକ ହେବ । ଏଭଳି ଅଦ୍ଭୁତ ଶିଶୁ ଜନ୍ମ ନେଇଥିବା ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଞ୍ଚଳରେ । ସତକୁସତ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଜଣେ ମାଆ ୧୦ମାସ ଗର୍ଭବତୀ ରହି ଏକ ଅଦ୍ଭୁତ ସନ୍ତାନକୁ ଜନ୍ମ ଦେଇଛନ୍ତି ଓ ସୂଚନା ମୁତାବକ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସରେ ମେଡିକାଲ ନେବାବାଟରେ ଗୋଟିଏ ଆଖି ଥିବା ପିଲା ଜନ୍ମ ଦେଇଥିଲେ । ତେବେ ପିଲାର ନାକ ମୁହଁ ନ ଥିଲା ଏହାକୁ ଦେଖି ୧୦୮ ରେ ଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ଏଭଳି ପିଲା ଜନ୍ମ ମୋ ଚାକିରି ଭିତରେ ଦେଖିନଥିଲି । ତେବେ ସଙ୍ଗେ ସଙ୍ଗେ ନିକଟସ୍ଥ ବାଙ୍ଗରିପୋଷି ଡାକ୍ତରଖାନା ନେଇଥିଲା ବେଳେ ପିଲାର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ମାଆ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଏବେ ଲୋକଙ୍କ ଭିତରେ ଆଲୋଚନା ଚାଲିଛି ମଣିଷ ପେଟରେ ଭୁତଛୁଆ ଜନ୍ମ ହେବା ଏକ ବିରଳ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking