24.1 C
Bhubaneswar
Sunday, January 12, 2025
Homeଦେଶ ବିଦେଶସତର୍କ ରୁହନ୍ତୁ ସାଇବର ଠକଙ୍କ ନଜରରେ ହ୍ୱାଟ୍ସଆପ

ସତର୍କ ରୁହନ୍ତୁ ସାଇବର ଠକଙ୍କ ନଜରରେ ହ୍ୱାଟ୍ସଆପ

ନୂଆଦିଲ୍ଲୀ : ସାବଧାନ ହ୍ୱାଟ୍ସଆପ ବ୍ୟବହାରକାରୀ । ଏବେ ସାଇବର ଠକଙ୍କ ନଜରରେ ହ୍ୱାଟ୍ସଆପ । ଆପଣଙ୍କୁ କୋନ ବନେଗା କରୋଡପତିର ମାୟା ଜାଲରେ ଫଶାଇ ଠକି ପାରନ୍ତି ସାଇବର ଠକ । ଆଉ ଆପଣ ଯଦି ତାଙ୍କ ମାୟା ଜାଲରେ ଫଶି ଯାଆନ୍ତି ତେବେ କେଇ ମିନିଟ ଭିତରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ । ତେଣୁ ଏଭଳି ସ୍କାମରୁ ଦୂରେଇ ରୁହନ୍ତୁ । ତେବେ ଆସନ୍ତୁ ଜାଣିବା କେମିତି ଠକୁଛନ୍ତି ସାଇବର ଠକ । କେବିସି ସ୍କାମ ପାଇଁ ସାଇବର ଠକ ପ୍ରଥମେ ଆପଣଙ୍କ ନମ୍ବରରେ ଏକ ମେସେଜ ପଠାଇଥାନ୍ତି । ଏଥିରେ କୁହାଯାଇଥାଏ ଆପଣଙ୍କ ରେଜିଷ୍ଟର ନମ୍ବର କେବିସି ସିମ କାର୍ଡ ଲକି ଡ୍ର କମ୍ପିଟିସନ ୨୦୨୧ ପାଇଁ ଚୟନ ହୋଇଛି । କ୍ୟାସ ଆଉ ପୁରସ୍କାର ପାଇଁ ଏକ ଲିଙ୍କରେ କ୍ଲିକ କରିବାକୁ କହିଥାନ୍ତି । ଆଉ ଏଥିରେ କୁହାଯାଇଥାଏ ତାଙ୍କୁ କେବିସି ଅଫିସ ସହ ଯୋଗାଯୋଗ କରିଦିଆଯିବ । ଏଭଳି ଏକ ଠକେଇ ଚଳିତ ବର୍ଷ ଆରମ୍ଭରୁ ହୋଇଥିଲା । ହେଲେ ଅଧିକାରୀମାନେ ଏହାକୁ ଭୁଲ ବୋଲି କହିଥିଲେ । ଆଉ ଏହି ଅଭିଯୋଗ ପରେ ଏବେ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ ଛାନଭିନ ଆରମ୍ଭ କରିଛି । ଆଉ ଏଭଳି ମେସେଜ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking