37.1 C
Bhubaneswar
Sunday, April 28, 2024
Homeଓଡିଶାରଥ ଖଳାରେ ବାୟୋ ବବଲ୍ ବ୍ୟବସ୍ଥା

ରଥ ଖଳାରେ ବାୟୋ ବବଲ୍ ବ୍ୟବସ୍ଥା

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥ ତିଆରି କାମ ଜୋରଦାର ହେବାରେ ଲାଗିଛି । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଲହର ଜାରି ରହିଥିବାରୁ ସଚେତନତା ରକ୍ଷା କରି ସବୁ କାମ ଆଗେଇବାରେ ଲାଗିଛି । ତେବେ ଆଜି ରଥ ନିର୍ମାଣକୁ ନେଇ ଶ୍ରୀ ମନ୍ଦିର ପ୍ରଶାସନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୀତି ନିୟମାନୁସାରେ ରଥଯାତ୍ରା ହେବ । କିନ୍ତୁ କୋଭିଡ୍ ମହାମାରୀ ଯୋଗୁଁ ସତର୍କତା ରକ୍ଷା କରି ସବୁ ପ୍ରକାରର ପ୍ରସ୍ତୁତି କରାଯିବ । ନିୟମାବଳୀ ଅନୁସାରେ ସବୁ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ । ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେହି ମାନଙ୍କୁ ହିଁ ରଥ କାମ ପାଇଁ ଅନୁମତି ମିଳିବ । ସେହପରି ରଥଖଳାରେ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିବ ।

ସୂଚନା ଅନୁସାରେ, ରଥଖଳାରେ ବାୟୋ-ଡବଲ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ୮ ଜଣ ସେବାୟତ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କୁ ଏନ୯୫ ମାସ୍କ ଦିଆଯିବ । ଜିଲ୍ଲାପାଳ ପ୍ରତ୍ୟେକ ଦିନ ରଥକାମର ସମୀକ୍ଷା ରିପୋର୍ଟ ଦେବେ ବୋଲି ମୁଖ୍ୟ ପ୍ରଶାସକ ବୈଠକରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking