27.1 C
Bhubaneswar
Thursday, October 15, 2026
Homeଖେଳଦ୍ୱିତୀୟ ଟେଷ୍ଟରୁ ବି ବାଭୁମା ବାଦ୍‌

ଦ୍ୱିତୀୟ ଟେଷ୍ଟରୁ ବି ବାଭୁମା ବାଦ୍‌

ଢାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭ୍ରମଣକାରୀ ସାଉଥ୍ ଆଫ୍ରିକାକୁ ବଡ଼ ଧକ୍କା ଲାଗିଛି। ଟିମ୍‌ର ଷ୍ଟାର୍ ଖେଳାଳି ତଥା କ୍ୟାପ୍‌ଟେନ୍ ଟେମ୍ବା ବାଭୁମା ଦ୍ୱିତୀୟ ଟେଷ୍ଟ୍‌ରୁ ବି ବାଦ୍ ପଡ଼ିଛନ୍ତି। କହୁଣୀ ଆଘାତ ଯୋଗୁଁ ବାଭୁମା ପ୍ରଥମ ଟେଷ୍ଟ୍ ମଧ୍ୟ ଖେଳିପାରି ନଥିଲେ। ଏବେ ତାଙ୍କର ଏହି ସମସ୍ୟା ବୃଦ୍ଧି ପାଇଛି। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ବେଳେ ଅକ୍ଟୋବର ୪ ତାରିଖରେ ତାଙ୍କ କହୁଣୀରେ ଆଘାତ ଲାଗିଥିଲା। ଏହା ପରଠାରୁ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରି ନାହାନ୍ତି। ତାଙ୍କର ସଫ୍ଟ ଟିସ୍ୟୁ ଡାମେଜ୍ ହୋଇଥିବା ଟିମ୍ ମ୍ୟାନେଜମେଣ୍ଟ୍ ସୂଚନା ଦେଇଛି। ତାଙ୍କ ଅନୁପସ୍ଥିତିରେ ବାଂଲାଦେଶ ବିପକ୍ଷ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଏଦେନ୍ ମାର୍କରମ୍ ଟିମ୍‌ର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଟିମ୍ ପ୍ରଥମ ମ୍ୟାଚ୍ ୭ ୱିକେଟ୍‌ରେ ଜିତିଥିଲା। ଏବେ ଚଟ୍ଟୋଗ୍ରାମରେ ଅକ୍ଟୋବର ୨୯ରୁ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ୍‌ରେ ମଧ୍ୟ ମାର୍କରମ୍ ଟିମ୍‌ର ନେତୃତ୍ୱ ନେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking