17.1 C
Bhubaneswar
Friday, January 10, 2025
Homeଓଡିଶାଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ପ୍ରେରଣର ଶୁଭାରମ୍ଭ

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ପ୍ରେରଣର ଶୁଭାରମ୍ଭ

ଭୁବନେଶ୍ୱର: ସ୍ଥାନୀୟ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ଅମ୍ଳାନ, ସେରିଫେଡ୍ ଆନୁକୂଲ୍ୟରେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ଯୋଗାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେରିଫେଡ୍‌ର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେରିଫେଡ୍‌ର ସଭାପତି ଭାଗୀରଥି ନନ୍ଦ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ସେରିଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ସେରିଫେଡ୍‌ର ସଂପାଦକ ଡ. ପୁରୁଷୋତ୍ତମ ଦାଶ ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ଶ୍ରୀଜଗନ୍ନାଥଙ୍କର ବାସୁଙ୍ଗାପାଟର ମହତ୍ତ୍ୱ ସଂପର୍କରେ ଅତିଥିମାନେ ବକ୍ତବ୍ୟ ରଖିବା ସହ ସରିଫେଡ୍ କାର୍ଯ୍ୟାଳୟ ପରିସରରେ ୩୦୦ କିଲୋଗ୍ରାମ ବାସୁଙ୍ଗାପାଟ ପ୍ରେରଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସୂଚନାଯୋଗ୍ୟ, ୧୯୬୨ ମସିହାରେ ପ୍ରତିଷ୍ଠିତ ସେରିଫେଡ୍ ଅମ୍ଳାନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ବାସୁଙ୍ଗାପାଟ ଯୋଗାଇ ଆସୁଛି । ବାସୁଙ୍ଗାପାଟ ଏକ ସ୍ୱତନ୍ତ୍ର ଧରଣର ପାଟ ଦଉଡ଼ି, ଯାହାକି ମଲବରି ସୂତାକୁ ପ୍ରକ୍ରିୟାକରଣ ଓ ରଙ୍ଗ କରି ଶ୍ରୀମନ୍ଦିର ପ୍ରଶାସନ, ପୁରୀର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଏ । ଏହି ବାସୁଙ୍ଗାପାଟ ମଧ୍ୟ ‘ବିଜୟ ଡୋରୀ’, ‘ପଇତା’ ଏବଂ ‘ରାକ୍ଷୀ’ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟାନ୍ୟ କାମରେ ବ୍ୟବହାର ହୋଇଥାଏ ।

ଏହା ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଗୁପ୍ତନୀତି ଓ ଦେବସ୍ନାନ ପୂର୍ଣ୍ଣିମା ପରେ ବ୍ୟବହୃତ ହୋଇଥାଏ । ଏହି ଅବସରରେ ବାସୁଙ୍ଗାପାଟ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦୁଇଜଣ କୋଷାଚାଷୀ ଗଜପତି ଜିଲ୍ଲାର ଚନ୍ଦ୍ରଗିରିର ଆଦିକନ୍ଦ କାର୍ଜୀ ଓ ଅବାହସିଂର ରାମଚନ୍ଦ୍ର ବଡ଼କୁମର ଏବଂ ଏହାର ପ୍ରକ୍ରିୟାକରଣରେ ଭୂମିକା ଗ୍ରହଣ କରିଥିବା ନୂଆପାଟଣାର କୁଳମଣି ସେଠୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking