27.1 C
Bhubaneswar
Sunday, September 8, 2024
Homeଓଡିଶାନଗଡ଼ାରେ ମିଳୁନି ମୌଳିକ ସୁବିଧା: ହାଇକୋର୍ଟରେ ମାମଲା ରିପୋର୍ଟ ଦାଖଲ ପାଇଁ ରାଜ୍ୟ ଓ କେନ୍ଦ୍ର...

ନଗଡ଼ାରେ ମିଳୁନି ମୌଳିକ ସୁବିଧା: ହାଇକୋର୍ଟରେ ମାମଲା ରିପୋର୍ଟ ଦାଖଲ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌

କଟକ: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ନିକଟ ତୁମୁଣି ଅଞ୍ଚଳର ଆଦିବାସୀଙ୍କୁ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜଳଯୋଗାଣ ଆଦି ମୌଳିକ ସୁବିଧା ନମିଳିବା ନେଇ ହାଇକୋର୍ଟରେ ପୁଣି ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି ଯାଜପୁର ଜିଲାପାଳଙ୍କୁ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଅଦାଲତ ଅଗଷ୍ଟ ୨ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି । ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ନିକଟ ଚିଙ୍ଗୁଡ଼ିପାଳ ପ ଞ୍ଚାୟତ ତୁମୁଣି ଅଞ୍ଚଳରେ ୨୯ଟି ପରିବାର ପ୍ରାୟ ୨୮୦ ଜଣ ଜୁଆଙ୍ଗ ସମ୍ପ୍ରଦାୟର ଆଦିବାସୀ ବାସକରନ୍ତି ।

ତେବେ ସେଠାରେ ସ୍ୱାସ୍ଥ୍ୟସେବା, ରାସନ ବିତରଣ କେନ୍ଦ୍ର, ସଡ଼କ ପଥ, ଶ୍ରମ କାର୍ଡ, ବିଦ୍ୟାଳୟ ଆଦି ମୌଳିକ ନାଗରିକ ସୁବିଧା ନାହିଁ । ଉପଯୁକ୍ତ ଜଳ ଯୋଗାଣ ବ୍ୟବସ୍ଥା ବି ନାହିଁ । ଗ୍ରାମବାସୀ ଗାଁ ଦେଇ ବହିଯାଉଥିବା ଜଳ ସ୍ରୋତ ବା ଚୁଆ ପାଣି ଉପରେ ନିର୍ଭର କରନ୍ତି । ଗ୍ରୀଷ୍ମ ଋତୁରେ ଝରଣା ଶୁଖିଗଲେ ପରିସ୍ଥିତି ସଂଗୀନ ହୋିଥାଏ । ରାସ୍ତାର ସମସ୍ୟା ହେତୁ ଗ୍ରାମବାସୀମାନେ ନିକଟସ୍ଥ ଡାକ୍ତରଖାନା, ବିଦ୍ୟାଳୟ, କାର୍ଯ୍ୟସ୍ଥଳୀ ଇତ୍ୟାଦିରେ ପହଞ୍ôଚବା କଷ୍ଟକର ହୋଇପଡ଼େ ।

ସ୍ୱାସ୍ଥ୍ୟସେବା ଅଭାବରୁୁ ଅଧିକାଂଶ ଗ୍ରାମବାସୀ ଆଧୁନିକ ପାରମ୍ପରିକ ଚିକିତ୍ସା ପଦ୍ଧତି ଟୁଣୁକାଟୁଣୁକି ଉପରେ ଉପରେ ନିର୍ଭରଶୀଳ । ୨୧ କିଲୋମିଟର ଦୂରରେ କାଳିଆପାଣି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଆବେଦନକାରୀ ମଣ୍ଟୁ ଦାସ ମୌଳିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।

ଏହି ମାମଲାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ, ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ଶାସନ ସଚିବ, ଯାଜପୁର ଜିଲାପାଳ, ଯୁଗ୍ମ ଶ୍ରମ ଆୟୁକ୍ତ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ସୁକିନ୍ଦା ବିଡିଓଙ୍କ ସମେତ ୧୩ ଜଣଙ୍କୁ ଆବେଦନକାରୀ ପକ୍ଷଭୁକ୍ତ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ଆଫ୍ରାଜ୍ ସୁହେଲ୍ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking