ବରଗଡ଼ : କରୋନା ଏବେ ସାରା ରାଜ୍ୟରେ ତାର କାୟା ବିସ୍ତାର କରିସାରିଛି । ଯାହାକି ସରକାରଙ୍କର ଚିନ୍ତା ବଢାଉଛି । ଜଣେ ଡ଼ାକ୍ତରଙ୍କର ସ୍ୱାବ ଟେଷ୍ଟ ପାଇଁ ଯିବା ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଟଡାଉନ କରାଯାଉଛି । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୪୮ ଘଣ୍ଟା ପାଇଁ ସଟଡାଉନ କରାଯାଇଛି । ସଟଡାଉନ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଜଣେ ଡ଼ାକ୍ତରଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯିବା ପରେ ସଟଡ଼ାଉନ ଘୋଷଣା କରାଯାଇଛି । ତେବେ ଚିକିତ୍ସାଧିନ ରୋଗୀଙ୍କୁ ବୁର୍ଲା ଓ ବରଗଡ଼ ପୁରୁଣା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୨୪୭ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୭୮ ଜଣ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬୮ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏବେ ରାଜ୍ୟରେ ମୋଟ ୧୭୪୩୭ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୩୮୧ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧୯୩୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।