31.1 C
Bhubaneswar
Sunday, July 13, 2025
Homeଓଡିଶାକେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି, ୭ ମୃତ

କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି, ୭ ମୃତ

ରେଙ୍ଗାଲି: ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ସ୍ଥିତ ଶାସନ କେନାଲକୁ ଏକ ବୋଲେରୋ ଗାଡ଼ି ଖସି ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇଦେଇଛି। ୭ ମୃତକଙ୍କ ପରିଚୟ ମିଳିଛି। ଏହି ମୃତକମାନେ ହେଲେ ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ, ସୂରଜ ସେଠ, ଦିବ୍ୟ ଲୁହା, ଅଜିତ ଖମାରି, ଶତ୍ରୁଘ୍ନ ଭୋଇ ଓ ରମାକାନ୍ତ ଭୟର। ଶତ୍ରୁଘ୍ନ ଭୋଇ ଗାଡ଼ିଚାଳକ ବୋଲି ଜଣାଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଡ୍ରାଇଭରଙ୍କ ମୃତଦେହ ଡେରିରେ ମିଳିଥିଲା। ସୂଚନା ଅନୁଯାୟୀ, ଏକ ବିବାହ ବରଯାତ୍ରୀ ଭାବେ ଯୋଗଦେବା ପାଇଁ ଝାରସୁଗୁଡ଼ା ଜ଼ିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାଣପୁରକୁ ଆସିଥିଲେ l ହସଖୁସିରେ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ ସମସ୍ତେ l ଏହା ପରେ ଭୋଜି ଖାଇ କନ୍ୟା ଘରୁ ବରଯାତ୍ରୀ ଯାଇଥିବା କିଛି ଲୋକେ ନିଜ ଘର ଝାରସୁଗୁଡ଼ା ଜ଼ିଲ୍ଲା କନକତୁରା ବଡ଼ଧରା ଗ୍ରାମକୁ ବାହାରିଥିଲେ l ଫେରିବା ବେଳକୁ ପ୍ରବଳ ବର୍ଷା ହେଉଥିଲା l ଏହି ସମୟରେ ଗୋଟିଏ ବୋଲେରୋ ରେ ୧୧ ଜଣ ବାହାରିଥିଲେ l ତେବେ ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ବୁଲାଣିକୁ ପହଞ୍ଚିବା ମାତ୍ରେ ଭାରସାମ୍ୟ ହରାଇ ଗାଡ଼ିଟି ସିଧା ଶାସନ କେନାଲ ଭିତରକୁ ପଶି ଯାଇ ଓଲଟି ପଡ଼ିଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking