26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବାରରେ ଗୁଳିକାଣ୍ଡ, ୬ ମୃତ

ବାରରେ ଗୁଳିକାଣ୍ଡ, ୬ ମୃତ

ମେକ୍ସିକୋ ସିଟି: ମେକ୍ସିକୋର ଏକ ବାରରେ ଆତତାୟୀଙ୍କ ଗୁଳିମାଡ । ଗୁଳିମାଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶନିବାର ଦିନ ମେକ୍ସିକୋର ପଶ୍ଚିମ ଜାଲିସ୍କୋ ସ୍ଥିତ ଏକ ବାରରେ ଗୁଳିକାଣ୍ଡ ଘଟିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମେକ୍ସିକାନ ସ୍ୱାଧୀନତା ଦିବସ ପାଳନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଗୁଳିମାଡ ହୋଇଥିଲା । ଏକ ବିବୃତ୍ତିରେ କୁହାଯାଇଛି ଯେ, ବାରରେ ଗୁଳିକାଣ୍ଡ ଘଟିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ମେକ୍ସିକୋର ସବୁଠାରୁ ବଡ ଅପରାଧିକ ଗୋଷ୍ଠୀ ସହ ଜଡିତ ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ ଘଟଣାକୁ ନେଇ ହିଂସାକାଣ୍ଡ ଘଟିଥିଲା । ତେବେ ଗୁଳିକାଣ୍ଡରେ କେତେ ଜଣ ଆହତ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଦୁଇ ଗୋଷ୍ଠୀ ମଧ୍ୟରେ କିଏ ଗୁଳିମାଡ କରିଥିଲା ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇ ପାରିନି । ପୋଲିସର ତଦନ୍ତ ପରେ ଅପରାଧିଙ୍କୁ ଗିରଫ କରାଯିବ ।

ମେ ୨୧ ତାରିଖେର ମେକ୍ସିକୋରେ ଗୁଳିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କାର୍ ରେସିଂ ଚାଲିଥିବା ବେଳେ ହଠାତ୍ ପହଞ୍ଚି ଆଖିବୁଜା ଗୁଳିବର୍ଷଣ କରିଥିଲେ ଦୁର୍ବୃତ୍ତ । ଏହି ଗୁଳିମାଡରେ ଅତିକମରେ ୧୦ ଜଣ ରେସରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିଲେ । ଉତ୍ତର ମେକ୍ସିକୋର ବାଜା କାର୍ଲିଫର୍ଣ୍ଣିଆରେ ଏଭଳି ବର୍ବରୋଚିତ କାଣ୍ଡ ଘଟିଥିଲା । ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡରେ ୧୦ କାର୍ ରେସର୍ ଆଖି ବୁଜିଥିଲେ । ସ୍ଥାନୀୟ ଷ୍ଟେଟ ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଆମେରିକା ଓ ମେକ୍ସିକୋରେ ଗୁଳିକାଣ୍ଡ ଘଟଣା ନିତିଦିନିଆ ହୋଇଗଲାଣି । କିଛି ଦିନ ପୂର୍ବରୁ ଉତ୍ତର ମେକ୍ସିକୋର ଏକ ଜେଲ୍ରେ ଭିତରେ ଗୁଳିମାଡ ହୋଇଥିଲେ । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମେ ୭ ତାରିଖରେ ଆମେରିକାର ଟେକ୍ସାସରେ ଥିବା ଏକ ସପିଂ ମଲରେ ଗୁଳିକାଣ୍ଡ ହୋଇଥିଲା । ଏହି ଘଟଣା ହାଇଦ୍ରାବାଦର ଜଣେ ଯୁବତୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking