27.1 C
Bhubaneswar
Thursday, May 29, 2025
Homeଓଡିଶାନିଯୁକ୍ତି ଦାବି ଓ ଆଉଟ୍‌ସୋର୍ସିଂ ବିରୁଦ୍ଧରେ ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟର ଆହ୍ୱାନ

ନିଯୁକ୍ତି ଦାବି ଓ ଆଉଟ୍‌ସୋର୍ସିଂ ବିରୁଦ୍ଧରେ ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟର ଆହ୍ୱାନ

ଭୁବନେଶ୍ୱର: – ବ୍ୟାଙ୍କ କର୍ମଚାରୀମାନେ ଆସନ୍ତା ଡିସେମ୍ବର ୪ରୁ ୧୧ ମଧ୍ୟରେ ବ୍ୟାଙ୍କ ଶିଳ୍ପରେ ପର୍ଯ୍ୟାୟକ୍ରମେ ଛଅଦିନର ଧର୍ମଘଟ
ପାଳନ କରିବେ । ଏହି ଧର୍ମଘଟ ବ୍ୟାଙ୍କ ଶିଳ୍ପରେ ପର୍ଯ୍ୟାପ୍ତ ନିଯୁକ୍ତି ଦାବିରେ ଏବଂ ସ୍ଥାୟୀ ଚାକିରିଗୁଡ଼ିକୁ ଆଉଟ୍‌ସୋର୍ସିଂ ଓ ଠିକାରେ
କରିବାର ବିରୋଧ କରି ହେବ ବୋଲି ଅଖିଳ ଭାରତ ବ୍ୟାଙ୍କ କର୍ମଚାରୀ ଆସୋସିଏସନର ସାଧାରଣ ସମ୍ପାଦକ ଏକ ବାର୍ତ୍ତାରେ
କହିଛନ୍ତି । ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କର କର୍ମଚାରୀମାନେ ଏହି ଧର୍ମଘଟରେ ଭାଗ ନେବେ । ଏଆଇବିଇଏ
ପକ୍ଷରୁ ଭାରତୀୟ ବ୍ୟାଙ୍କ୍‌ସ ଆସୋସିଏସନ ଏବଂ ଏହାର ସଭ୍ୟ ଥିବା ବ୍ୟାଙ୍କଗୁଡ଼ିକୁ ଧର୍ମଘଟର ନୋଟିସ ଗତ ୧୫ ତାରିଖରେ
ଦିଆଯାଇଛି । ନୋଟିସ୍ ଅନୁସାରେ ଡିସେମ୍ବରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ପଞ୍ଜାବ ଆଣ୍ଡ
ସିନ୍ଧ୍ ବ୍ୟାଙ୍କରେ ଡିସେମ୍ବର ୫ରେ ବ୍ୟାଙ୍କ ଅଫ୍ ବରୋଦା ଓ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଡିସେମ୍ବର ୬ରେ କାନାରା ବ୍ୟାଙ୍କ, ସେଌକ୍ଷଗ୍ଧ;୍ରାଲ
ବ୍ୟାଙ୍କ ଅଫ୍ ଇଣ୍ଡିଆ, ଡିସେମ୍ବର ୭ରେ ଇଣ୍ଡିଆନ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ, ଡିସେମ୍ବର ୮ରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ
ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଦେଶ ସାରା ଧର୍ମଘଟ ହେବ ।
୧୧ ଡିସେମ୍ବରରେ ସମସ୍ତ ଘରୋଇ ବ୍ୟାଙ୍କରେ ଧର୍ମଘଟ ହେବ । ଏଆଇବିଇଏର ସାଧାରଣ ସମ୍ପାଦକ ସି.ଏଚ.
ଭେଙ୍କଟାଚଳମ୍ କହିଛନ୍ତି ନିଯୁକ୍ତିର ଆଉଟ୍‌ସୋର୍ସିଂର କରିବା ଦ୍ୱାରା ଗ୍ରାହକମାନଙ୍କର ଏକାଉଌକ୍ଷଗ୍ଧ;ର ଗୋପନୀୟତା ଏବଂ ଅର୍ଥ ପ୍ରତି
ବିପଦ ରହିଛି । ଏହାଛଡ଼ା ତଳସ୍ତରରେ ନିଯୁକ୍ତି ପ୍ରାୟ ବନ୍ଦ ହୋଇଯିବ । ଏଆଇବିଇଏର ସାଧାରଣ ସମ୍ପାଦକ ପୁଣି କହିଛନ୍ତି ଶିଳ୍ପ
ବିବାଦ ଆଇନ (୧୯୪୭)କୁ ଅନେକ ବ୍ୟାଙ୍କ ଉଲ୍ଲଂଘନ କରୁଛନ୍ତି । ବିଭିନ୍ନ ବ୍ୟାଙ୍କ ଶିଳ୍ପ ବିବାଦ ଆଇନ (୧୯୪୭) ଓ ଦ୍ୱିପାକ୍ଷିକ
ରାଜିନାମାଗୁଡ଼ିକୁ ବାରମ୍ବାର ଉଲ୍ଲଂଘନ କରୁଥିବାରୁ ଏହା ବିରୁଦ୍ଧରେ ଏଆଇବିଇଏ ଧର୍ମଘଟର ଡାକରା ଦେଇଥିଲା । କେନ୍ଦ୍ର ଶ୍ରମ
କମିଶନରଙ୍କ ହସ୍ତକ୍ଷେପ ଏବଂ ବିଭିନ୍ନ ବ୍ୟାଙ୍କ ଓ ଆଇବିଏକୁ ଶିଳ୍ପ ବିବାଦ ଆଇନ ସହ ରାଜିନାମାଗୁଡ଼ିକୁ ଉଲ୍ଲଂଘନ ନ କରିବାକୁ
ଉପଦେଶ ଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ବ୍ୟାଙ୍କଗୁଡ଼ିକ ଦ୍ୱିପାକ୍ଷିକ ରାଜିନାମା ଓ ଶିଳ୍ପ ବିବାଦ ଆଇନର ପ୍ରାବଧାନକୁ ଉଲ୍ଲଂଘନ
କରୁଛନ୍ତି । ବ୍ୟାଙ୍କଗୁଡ଼ିକ ଏସବୁ ବେନିୟମ କାର୍ଯ୍ୟରୁ ବିରତ ରହିବାକୁ ଏଆଇବିଇଏର ସାଧାରଣ ସମ୍ପାଦକ ଦାବି କରିଛନ୍ତି ।
ଜାନୁୟାରୀ ୨ରୁ ବ୍ୟାଙ୍କ ଧର୍ମଘଟ ରାଜ୍ୟ ବ୍ୟାପୀ କରାଯାଇ କାର୍ଯ୍ୟ ବନ୍ଦ କରାଯିବ । ୨ ଡିସେମ୍ବରରେ ତାମିଲନାଡ଼ୁ,
କେରଳ, କର୍ଣ୍ଣାଟକ, ଆନ୍ଧ୍ର, ତେଲେଙ୍ଗାନା, ପୁଦୁଚେରୀ, ଲାକ୍ଷାଦ୍ୱୀପ ଓ ଆଣ୍ଡାମାନ ନିକୋବର ଇତ୍ୟାଦି ରାଜ୍ୟରେ ଧର୍ମଘଟ ପାଳିତ
ହେବାକୁ ଥିବାବେଳେ ୩, ୪, ୫ ଓ ୬ ଜାନୁୟାରୀରେ ଅନ୍ୟାନ୍ୟ ରାଜ୍ୟରେ ବ୍ୟାଙ୍କ ଧର୍ମଘଟ ହେବ । ୬ ଡିସେମ୍ବରରେ ଓଡ଼ିଶା
ସମେତ ପଶ୍ଚିମବଙ୍ଗ, ବିହାର ଓ ପୂର୍ବାଞ୍ଚଳର ରାଜ୍ୟମାନଙ୍କରେ ବ୍ୟାଙ୍କ ଧର୍ମଘଟ ହେବ । ଏହାପରେ ବ୍ୟାଙ୍କୱାରି ଧର୍ମଘଟ ମଧ୍ୟ
କରାଯିବ ଏବଂ ୧୦ ଓ ୧୧ ଜାନୁୟାରୀ ଦୁଇଦିନ ବ୍ୟାପୀ ସର୍ବ ଭାରତୀୟ ଧର୍ମଘଟ ପାଳିତ ହେବ ବୋଲି ଏଆଇବିଇଏର
ସାଧାରଣ ସମ୍ପାଦକ ଟୁଇଟ୍ କରି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking