29.1 C
Bhubaneswar
Saturday, March 1, 2025
Homeଦେଶ ବିଦେଶଭାରତ ବିରୋଧରେ ମିଳିତ ଜାତିସଂଘର ଦ୍ଵାରସ୍ଥ ହେଲା ବାଂଲାଦେଶ

ଭାରତ ବିରୋଧରେ ମିଳିତ ଜାତିସଂଘର ଦ୍ଵାରସ୍ଥ ହେଲା ବାଂଲାଦେଶ

ନୂଆଦିଲ୍ଲୀ : ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଭାରତ ସହିତ ଲାଗି ରହିଥିବା ଦଶନ୍ଧି ପୁରୁଣା ସମୁଦ୍ର ସୀମା ବିବାଦର ସମାଧାନ ପାଇଁ ୟୁଏନରେ ଅପିଲ୍ କଲା ବାଂଲାଦେଶ । ୟୁଏନ ମୁଖ୍ୟାଳୟରେ ବାଂଲାଦେଶର ସ୍ଥାୟୀ ମିଶନ ଭାରତ ବିରୋଧରେ ୟୁଏନ ମହାସଚିବଙ୍କଠାରେ ଦୁଇଟି ଅପିଲ୍ ଦାୟର କରିଛି। ବାଂଲାଦେଶର ପୂର୍ବତନ ବୈଦେଶିକ ସଚିବ ଶାହିଦୁଲ ହକ୍ ଏନାଦୋଲୁ ଏଜେନ୍ସି ସହ ଆଲୋଚନା ବେଳେ କହିଛନ୍ତି ଯେ, ଏହି ବିବାଦ ଦୁଇ ଦେଶ ମଧ୍ୟରେ ଅନେକ ବର୍ଷ ଧରି ଝୁଲି ରହିଛି। ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ଵିପାକ୍ଷିକ ବୈଠକ ମଧ୍ୟ ହୋଇଛି। ହେଲେ ଏହି ପ୍ରସଙ୍ଗର ସମାଧାନ କରିବାରେ ବିଫଳ ହୋଇଛୁ। ଏବେ ଦୁଇ ଦେଶ ମିଳିତ ଜାତିସଂଘ ଯିବାକୁ ନିଷ୍ପତ୍ତି ନେଇଛୁ ଏବଂ ଆଶା କରୁଛୁ ଯେ, ୟୁଏନ ଏହି ବିବାଦର ସ୍ଥାୟୀ ସମାଧାନ କରିବାରେ ସଫଳ ହେବ। ବାଂଲାଦେଶ ମିଳିତ ଜାତିସଂଘରେ ଯାଚିକା ଦାୟର କରିବା ସହ ନିଜର କର୍ତ୍ତବ୍ୟ ନିର୍ବାହ କରିଛି। ଉଲ୍ଲେଖନୀୟ ଚଳିତ ବର୍ଷ ଏପ୍ରିଲରେ ଭାରତ ମିଳିତ ଜାତିସଂଘକୁ ଚିଠି ଲେଖି ବାଂଲାଦେଶ ଦ୍ଵାରା ନିର୍ଦ୍ଧାରିତ ବେସଲାଇନ୍‌କ ନେଇ ଆପତ୍ତି ପ୍ରକାଶ କରିଥିଲା।

ସୂଚନା ଯେ, ମିଳିତ ଜାତିସଂଘରେ ବାଂଲାଦେଶର ଦାବି ଅନୁସାରେ, ଭାରତର ବେସ୍ ପଏଣ୍ଟ ୮୯ ବାଂଲାଦେଶର ସମୁଦ୍ରୀ ସୀମା ନିକଟରେ ଅବସ୍ଥିତ। ବଙ୍ଗୋପସାଗର ଦକ୍ଷିଣ ଏସିଆ ଅଞ୍ଚଳରେ ରଣନୀତି ଭାବେ ଗୁରୁତ୍ଵପୂର୍ଣ୍ଣ। ଏହା ବାଂଲାଦେଶ, ଭାରତ ଓ ମିଆଁମାର ପରି ଦେଶ ମଧ୍ୟରେ ବିଭାଜିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking