26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶବାଂଲାଦେଶ ସଂକଟ : ହାଇଆଲର୍ଟରେ ବିଏସଏଫ୍‌

ବାଂଲାଦେଶ ସଂକଟ : ହାଇଆଲର୍ଟରେ ବିଏସଏଫ୍‌

ନୂଆଦିଲ୍ଲୀ: ବାଂଲାଦେଶରେ ତୀବ୍ର ବିକ୍ଷୋଭ ଓ ହିଂସା କାଣ୍ଡ ପରେ ଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ, ଶେଖ୍ ହସିନା ମଧ୍ୟ ବାଂଲାଦେଶ ଛାଡ଼ି ଛନ୍ତି । ସେପଟେ ସେଠାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ହିଂସା କାଣ୍ଡ ମଧ୍ୟ ଘଟୁଛି । ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ସଙ୍କଟ ମଧ୍ୟରେ ସୀମାରେ ଯେକୌଣସି ଅପ୍ରୀତିକର ଘଟଣାର ମୁକାବିଲା ପାଇଁ ଭାରତ ସରକାର ମଧ୍ୟ ସକ୍ରିୟ ହୋଇଛନ୍ତି ।

ସୀମା ସୁରକ୍ଷା ବାହିନୀ (ବିଏସଏଫ)କୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି । ବିଏସଏଫ୍ ଡିଜି ଦଲଜିତ ଚୌଧୁରୀ କୋଲକତାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ଓ ସୀମାରେ ଯବାନ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଂଲାଦେଶରେ ହିଂସା ଯୋଗୁଁ ଲକ୍ଷ ଲକ୍ଷ ଶରଣାର୍ଥୀ ଭାରତ ଆସିବାର ସମ୍ଭାବନା ରହିଛି । ଏହି କାରଣରୁ ଭାରତ ସତର୍କ ହୋଇଯାଇଛି । ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ, ବିକ୍ଷୋଭ ଓ ହିଂସା ଉପରେ ଭାରତ ସରକାର ନିରନ୍ତର ନଜର ରଖିଛନ୍ତି । ସୂଚନା ଅନୁଯାୟୀ, ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସମସ୍ତ ଅପଡେଟ୍ ନେଉଛନ୍ତି । ବାଂଲାଦେଶର ସ୍ଥିତିକୁ ନେଇ ଭାରତ ସରକାରଙ୍କ ମଧ୍ୟରେ କ୍ରମାଗତ ବୈଠକ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking