32.1 C
Bhubaneswar
Friday, May 30, 2025
Homeଖେଳଗିଲ୍‌ଙ୍କ ଶତକ ବେକାର; ଭାରତକୁ ୬ରନ୍‌ରେ ହରାଇଲା ବାଂଲାଦେଶ

ଗିଲ୍‌ଙ୍କ ଶତକ ବେକାର; ଭାରତକୁ ୬ରନ୍‌ରେ ହରାଇଲା ବାଂଲାଦେଶ

ନୂଆଦିଲ୍ଲୀ : ଏସିଆ କପ୍‌ର ସୁପର ଫୋର ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶ ୬ ରନ୍‌ରେ ଫାଇନାଲିଷ୍ଟ ଭାରତକୁ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ ପାଇ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୬୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ବ୍ୟାଟରଙ୍କ ବିଫଳତା ଯୋଗୁଁ ୪୯.୫ ଓଭରରେ ୨୫୯ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ଓପନର ଶୁବମାନ ଗିଲ ଶତକ (୧୨୧) ଅର୍ଜନ କରିଥିଲେ ମଧ୍ୟ ଏହା ବେକାର ହୋଇଥିଲା । ଶେଷ ଆଡକୁ ଅକ୍ଷର ପଟେଲ (୪୨) ଏକାକି ଲଢ଼ି ବି ଫେଲ ମାରିଥିଲେ । ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ତିଳକ ବର୍ମା ଓ ବାଂଲାଦେଶ ପକ୍ଷରୁ ତନ୍‌ଜିମ ହସନ୍ ସକିବ ଡେବ୍ୟୁ କରିଥିଲେ । ଭାରତ ପକ୍ଷରୁ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରିତ ବୁମରା, କୁଳଦୀପ ଯାଦବ, ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇ ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶମି ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଖେଳାଯାଇଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ।

୨୬୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତର ନିୟମିତ ଓପନର ରୋହିତ ଶର୍ମା ଓ ଶୁବମାନ ଗିଲ୍ ପାଳି ଆରମ୍ଭ କରିଥିଲେ । ତନ୍‌ଜିମ ହସନ୍ ସକିବଙ୍କ ଘାତକ ବୋଲିଂରେ ରୋହିତ ପ୍ରଥମ ଓଭରର ଦ୍ୱିତୀୟ ବଲରେ ଡକ୍ ହୋଇଥିଲେ । ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଡେବ୍ୟୁ କରିଥିବା ବାମହାତୀ ବ୍ୟାଟର ତିଳକ ବର୍ମା ୩ ନମ୍ବର ସ୍ଥାନରେ ବ୍ୟାଟିଂ ଆସି ବିଫଳ ହୋଇଥିଲେ । ସେ ତନଜିମଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ନମ୍ବର ୪ରେ ବ୍ୟାଟିଂ କରିବାକୁ ଆସି ଲୋକେଶ ରାହୁଲ କିଛି ସମୟ ଖେଳିଥିଲେ । କିନ୍ତୁ ମେହଦୀ ହସନଙ୍କ ବଲରେ ରାହୁଲ (୧୯)ଶୀଘ୍ର ପାଭିଲିୟନ୍ ଫେରିଥିଲେ । ଦଳୀୟ ସ୍କୋର ୭୪ ରନ୍‌ରେ ଭାରତ ୩ଟି ୱିକେଟ୍ ହରାଇଥିଲା । ଗିଲ ଗୋଟିଏ ପଟେ ବାଂଲା ବୋଲରଙ୍କ ବିପକ୍ଷରେ ରନ୍ ସଂଗ୍ରହ କରୁଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟର ତିଷ୍ଠି ପାରିନଥିଲେ । ଦଳୀୟ ସ୍କୋର ୯୪ ରନ୍ ରେ ଇଶାନ୍ କିଶାନ୍‌(୫) ଆଉଟ୍ ହୋଇଥିଲେ । ଏହି ସିରିଜରେ ପ୍ରଥମ ମ୍ୟାଚ୍ ଖେଳୁଥିବା ସୂର୍ଯ୍ୟକୁମାର ଯାଦବ ୨୯ରନ୍‌ର ପାଳି ଖେଳି ନିରାଶ କରିଥିଲେ । ପରେ ଗିଲ ଆକ୍ରମଣାତ୍ମକ ବ୍ୟାଟିଂ କରି ବର୍ଷର ଷଷ୍ଠ ଶତକ ହାସଲ କରିଥିଲେ । ରବୀନ୍ଦ୍ର ଜାଡେଜା (୭) ଆଉଟ୍ ହେବା ପରେ ଗିଲ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସହ ୩୯ରନ୍‌ର ପାର୍ଟନରଶିପ୍ କରି ଦଳ ସ୍କୋର ୨୦୯ରେ ପହଞ୍ଚାଇଥିଲେ । ସେ ଆଉଟ୍ ହେବା ପରେ ପଟେଲ ଏକାକି ଲଢି ଦଳକୁ ବିଜୟ ନିକଟବର୍ତ୍ତି କରାଇଥିଲେ । ୯ ବଲରେ ବିଜୟ ପାଇଁ ୧୨ରନ୍ ଆବଶ୍ୟକ ରହିଥିବା ବେଳେ ସେ ବଡଶଟ୍ ଖେଳିବାକୁ ଯାଇ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାର ୫ ରନ୍ ବ୍ୟବଧାନରେ ଦଳ ଅଲ୍‌ଆଉଟ୍ ହୋଇଥିଲା । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମନ୍ ୩ଟି, ତନ୍‌ଜିମ ହସନ୍ ସକିବ ଓ ମେହେଦୀ ହସନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ ପାଇ ବାଂଲାଦେଶ ପକ୍ଷରୁ ତନ୍‌ଜିଦ୍ ହସନ୍ ଓ ୱିକେଟ୍ କିପର ଲିଟନ୍ ଦାସ ଇନିଂସ୍ ଓପନ୍ କରିଥିଲେ । ଭାରତୀୟ ବୋଲିଂ ଲାଇନ୍‌କୁ ଏମାନେ ସାମ୍ନା କରିବାକୁ ବିଫଳ ହୋଇଥିଲେ । ଫଳରେ ୨୮ ରନ୍‌ରେ ବାଂଲାଦେଶ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଦଳୀୟ ସ୍କୋର ୫୯ ରନ୍‌ରେ ମେହଦୀ ହସନ୍ ମିରାଜ ୧୩ ରନ୍ କରି ଆଉଟ୍ ହୋଇଥିଲେ । ଏହିଠାରୁ ବାଂଲାଦେଶ ପାଇଁ ଅଧିନାୟକ ସକିବ ଅଲ୍ ସହନ ଓ ତୋହିଡ୍ ହ୍ରିଦୟ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଭାତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏପରିକି ପଞ୍ଚମ ୱିକେଟ୍‌ରେ ଏମାନେ ୧୦୧ ରନ୍‌ର ପାର୍ଟନରଶିପ୍ କରିଥିଲେ । ୩୪ ଓଭରରେ ବାଂଲାଦେଶ ସ୍କୋର ୧୬୦ ରହିଥିବା ବେଳେ ସକିବ ୮୫ ବଲରୁ ୬ଟି ଚୌକା ଓ ୩ଟି ଛକା ସହାୟତାରେ ୮୦ ରନ୍ କରି ଆଉଟ୍ ହୋଇଥିଲେ । ଏହିଠାରେ ଶମିମ୍ ହୋସେନ୍ ମଧ୍ୟ ପାଭିଲିୟନ୍ ଫେରିଥିଲେ । ଦଳୀୟ ସ୍କୋର ୧୯୩ ରନ୍‌ରେ ତୋହିଡ୍ ୫୪ ରନ୍ ଆଉଟ୍ ହୋଇଥିଲେ । କିନ୍ତୁ ଅନ୍ତିମ ଆଡକୁ ନସୁମ ଅହମ୍ମଦ (୪୪) ଙ୍କ ସହ ମେହଦୀ ହସନ(୨୯³, ୨୩ ବଲ୍‌) ଓ ତନ୍‌ଜିମ ହସନ୍ ସକିବ (୧୪³, ୮ ବଲ୍‌) ଲଢ଼ୁଆ ଇନିଂସ୍ ଯୋଗୁଁ ଦଳୀୟ ସ୍କୋର ୨୬୫ରେ ପହଞ୍ôଚଥିଲା । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି, ମହମ୍ମଦ ଶମି ୨ଟି, ପ୍ରସିଦ୍ଧ କ୍ରିଷ୍ଣା, ଅକ୍ଷର ପଟେଲ ଓ ରବି ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking