23.1 C
Bhubaneswar
Thursday, January 9, 2025
Homeଓଡିଶାପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ୱର

ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ୱର

ବାଲେଶ୍ଵର : ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାର ୬ଟି ପ୍ରମୁଖ ପ୍ରଦୂଷିତ ସହର ହେଉଛି ଓଡ଼ିଶାର ବାରିପଦା, ବାଲେଶ୍ୱର, ଭୁବନେଶ୍ୱର, କଟକ, କେନ୍ଦୁଝର ଓ ରାଇରଙ୍ଗପୁରରେ ୩ ଶହ ପାର୍‌ କରିଛି ଇଣ୍ଡେକ୍ସ । ସେଥିମଧ୍ୟରୁ ବାଲେଶ୍ୱରର ସର୍ବାଧିକ ଏକ୍ୟୁଆଇ ୩୩୪ ରହିଛି । ସେହିପରି କଟକରେ ୩୨୦, ବାରିପଦାରେ ୩୧୬,ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଏପଟେ ଅନୁଗୁଳରେ ୩ଶହ ଏବଂ ତାଳଚେରରେ ଏକ୍ୟୁଆଇ ଭାଲ୍ୟୁ ୨୫୧ ରହିଛି । ତେବେ ଗତକାଲି ଅପରାହ୍ଣରେ ଦିଲ୍ଲୀର ଏକ୍ୟୁଆଇ ୩୩୩ ରହିଥିଲା । ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି । ତାସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking