25.1 C
Bhubaneswar
Sunday, January 19, 2025
Homeଓଡିଶାବାଲିଚନ୍ଦ୍ରପୁର-ଦେକୁଡ଼ି ଗ୍ରାମ୍ୟ ଉନ୍ନୟନ ରାସ୍ତା ମରଣଯନ୍ତା : ତାଳିପକା କାମ କରି ଠିକାଦାର ଛୁ’

ବାଲିଚନ୍ଦ୍ରପୁର-ଦେକୁଡ଼ି ଗ୍ରାମ୍ୟ ଉନ୍ନୟନ ରାସ୍ତା ମରଣଯନ୍ତା : ତାଳିପକା କାମ କରି ଠିକାଦାର ଛୁ’

ଯାଜପୁର : ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଜାରକା-୨ ଅନ୍ତର୍ଗତ ଚଣ୍ଡିଖୋଲ ସବଡିଭିଜନ ଅଧୀନ ବାଲିଚନ୍ଦ୍ରପୁରଠାରୁ ଦେକୁଡ଼ି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ବାରମ୍ବାର ବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କେହି କର୍ଣ୍ଣପାତ କରିନାହାନ୍ତି । ଏବେ ବର୍ଷାଦିନ ଯୋଗୁଁ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଉପରବନ୍ଧ ରାସ୍ତା ନିର୍ମାଣାଧୀନ ଥିବାରୁ ଉକ୍ତ ରାସ୍ତାରେ ପଙ୍କମାଟି ପକାଯାଇ ରାସ୍ତାକୁ ଏକ ପ୍ରକାର ବନ୍ଦ କରିଦିଆଯାଇଛି । ଅଞ୍ଚଳର ହଜାର ହଜାର ଜନସାଧାରଣ ଏହି ବାଲିଚନ୍ଦ୍ରପୁର-ଦେକୁଡ଼ି ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ନିର୍ଭରଶୀଳ । ବର୍ଷାଋତୁ ଯୋଗୁଁ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି । ଏହି ରାସ୍ତା ଦେଇ ଦୈନିକ ଶହଶହ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଓ ବାଲିଚନ୍ଦ୍ରପୁର ବଜାରକୁ ଆସିଥାନ୍ତି ।

ଏହି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ନିମନ୍ତେ ୧୧ କିମି ରାସ୍ତାକୁ ୪ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ୨୦୧୮ରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଏଷ୍ଟିମେଟକୁ ୩ ଥର ଡେଭିଏସନ୍ କରି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେଇଦେଲେ । ୨୦୨୦ ମାର୍ଚ୍ଚରେ ରାସ୍ତାକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ତେବେ ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁ ୩ ମାସ ଭିତରେ ରାସ୍ତାରୁ ପିଚୁ ଉଠି ଖାଲଖମା ସୃଷ୍ଟି ହୋଇଥିଲା । ଅଭିଯୋଗ ପରେ ଠିକାସଂସ୍ଥା ପକ୍ଷରୁ ସେତେବେଳେ ତାଳିପକା ପିଚୁ କାମ କରି ଠିକାଦାର ଚମ୍ପଟ ମାରିଛି। ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ହେଉଥିବା ରାସ୍ତାଗୁଡ଼ିକ କାର୍ଯ୍ୟ ସରିବା ପରଠାରୁ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକାସଂସ୍ଥା ଉପରେ ନ୍ୟସ୍ତ କରାଯାଇଥାଏ । ହେଲେ ରାସ୍ତା ମରାମତି ପାଇଁ ବିଭାଗରେ ଅର୍ଥ ଥାଇ ମଧ୍ୟ ଠିକାଦାର ମରାମତି ନକରି ଉଭାନ ହୋଇଯାଇଛି । ବିଭାଗୀୟ ଅଧିକାରୀ ଠିକାଦାରଙ୍କୁ ଡକାଇ ଉକ୍ତ ରାସ୍ତା ମରାମତି କରିବା ପାଇଁ ଦୀର୍ଘଦିନ ହେବ ଦାବି ହୋଇଆସୁଥିଲେ ମଧ୍ୟ ଏଥିପ୍ରତି ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି ।

ଏବେ ବିଭିନ୍ନ ଗ୍ରାମର ଗ୍ରାମବାସୀ, ଯୁବକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଲୋଚନା କରି ନିଜେ ଅର୍ଥ ଆଦାୟ କରି ରାସ୍ତା ମରାମତି କରିବେ ବୋଲି ମେଳି ବାନ୍ଧିଲେଣି । ଏବେ ଦେଖିବାକୁ ବାକି ରହିଲା ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ମରାମତି କରୁଛି ନା ଜନସାଧାରଣ କରୁଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ, ଆମେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଠିକାଦାର ପ୍ରମୋଦ କୁମାର ସାମଲଙ୍କୁ ବହୁବାର ଚିଠି କରିଛୁ । ଏବେ ଶେଷ ଥର ପାଇଁ ଗୋଟିଏ ସପ୍ତାହ ସମୟ ଦିଆଯାଇଛି । ଯଦି ସେ ଅମାନ୍ୟ କରନ୍ତି ତେବେ ସିକ୍ୟୁରିଟି ମନି ସମେତ ଯାହା ଟଙ୍କା ରହିଛି ତାକୁ ଫୋରଫିଟ୍ କରାଯାଇ ରିଟେଣ୍ଡର ଡାକି ତୁରନ୍ତ ରାସ୍ତାକାମ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking