27.1 C
Bhubaneswar
Sunday, September 8, 2024
Homeଓଡିଶାବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ : ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ମନା କଲା କେନ୍ଦ୍ର ସଂସ୍କୃତି ବିଭାଗ । ଚିଠି ମାଧ୍ୟମରେ କଟକ ମେୟରଙ୍କୁ ଉତ୍ତର ରଖିଛି ବିଭାଗ । ପୂର୍ବରୁ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଥିଲେ ଏହି ପ୍ରସଙ୍ଗରେ । ଏମିତିକି ନିକଟରେ ମେୟର ସୁବାସ ସିଂହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଯାଇ ପୁଣି ଦାବି ଉପସ୍ଥାପନା ବି କରିଥିଲେ ।

ବାଲିଯାତ୍ରା ରାଜ୍ୟସ୍ତରୀୟ ମାନ୍ୟତା ମିଳିବା ପରେ ଏବେ ଜାତୀୟ ସ୍ତରୀୟ ମାନ୍ୟତା ପାଇବା ଦାବି ଜୋର୍‌ ଧରିଥିଲା । ହେଲେ ଏସବୁ ଦାବି ଉପରେ ପଡିଛି ପୁର୍ଣ୍ଣଛେଦ । ଜାଚୀୟ ମାନ୍ୟଚା ଦେବକୁ ମନା କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି । ଦୀର୍ଘ ବର୍ଷରୁ ପାରମ୍ପରିକ ଭାବେ ହୋଇ ଆସୁଥିବା ଏହି ଯାତ୍ରାରେ ଦେଶ ବିଦେଶରୁ ବ୍ୟବସାୟୀମାନେ ଆସି ବ୍ୟବସାୟ କରିଥାନ୍ତି ।

୨୦୧୯ ମସିହାରେ ଏହାକୁ ରାଜ୍ୟ ସ୍ତରୀୟ ଯାତ୍ରାର ମାନ୍ୟତା ମିଳିଥିଲା। ଏହାପରେ କରୋନା ପାଇଁ ବାଲିଯାତ୍ରା ହୋଇପାରୁ ନ ଥିବାବେଳେ ୨୦୨୨ ମସିହାରେ ବେଶ୍‌ ଜାକଜମକରେ ଏହା ଅନୁଷ୍ଠିତ ହୋଇଥିଲା । ଦୁଇ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟି କୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଥିଲା କଟକର ଐତିହାସିକ ବାଲିଯାତ୍ରା ।

ପ୍ରଥମଥର ଲାଗି ରାଜ୍ୟ ସ୍ତରୀୟ ମହୋତ୍ସବ ଭାବେ ପାଳନ ହେବା ସହିତ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ କାଗଜ ଡଙ୍ଗା ତିଆରି କରି ‘ଗିନିଜ୍‌ ବିଶ୍ୱ ରେକର୍ଡ’ରେ ବାଲିଯାତ୍ରା ସ୍ଥାନ ପାଇଛି । କାଗଜ ଡଙ୍ଗା ତିଆରିରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡ, ସର୍ବବୃହତ ବାଲୁକାକଳା, ବଲିଉଡ୍‌ ଷ୍ଟାର୍‌ ନାଇଟ୍‌, ପଥୋତ୍ସବ ଓ ଯୋଗ, ୧୦ ଦିନ ଧରି ମହାନଦୀରେ ଜଳକ୍ରୀଡ଼ା, କଟକ ଇନ୍‌ କଟକ ପ୍ୟାଭିଲିୟନ୍‌, ଲେଜର ସୋ’ ବେଶ୍‌ ଆକର୍ଷଣୀୟ ହୋଇଥିଲା ।

ଏମିତିକି ବାଲିଯାତ୍ରା ପଡ଼ିଆକୁ ସମ୍ପ୍ରସାରଣ କରାଯିବା ସହିତ ଅଧିକରୁ ଅଧିକ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ପ୍ରଶାସନର ଉଦ୍ୟମ ଚାଲିଛି । ପ୍ରତିବର୍ଷ ନୂଆ ନୂଆ କାର୍ଯ୍ୟକ୍ରମ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ଆଡ଼ମ୍ବର ସହ ହେଉଛି । ତେବେ ଏହା ମଧ୍ୟରେ ଏବେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ଦାବି ଜୋର୍‌ ଧରିଛି । ୨୦୨୦ ମସିହାରେ ଜାତୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ।

୨୦୨୧ ମସିହାରେ ତତ୍କାଳୀନ ସାଂସଦ ତଥା ଏବର ମେୟର ସୁବାସ ସିଂହ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାସହ ଅନେକ ଥର କ୍ୟାବିନେଟ୍‌ରେ ଏନେଇ ଆଲୋଚନା ହୋଇଛି । ତାହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଐତିହାସିକ ବାଲିଯାତ୍ରାକୁ ପ୍ରଶଂସା କରିଛନ୍ତି । ଏହାପରେ କିଛି ଦିନ ତଳେ ଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଜି କ୍ରିଷ୍ଣାରେଡିଙ୍କୁ ଭେଟି ଦାବିପତ୍ର ଦେଇଥିଲେ ମେୟର ଶ୍ରୀ ସିଂହ। ଜାତୀୟ ମାନ୍ୟତା ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଦାବି ଜୋର୍‌ ଧରୁଥିଲାବେଳେ ଏ ଦିଗରେ କେବେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ତାହା ସନ୍ଦେହ ଘେରରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking