28.1 C
Bhubaneswar
Friday, September 19, 2025
Homeଓଡିଶାନରସିଂହ ସେବା ଦ୍ୱାରା ପଣା ସଂକ୍ରାନ୍ତି ପାଳିତ

ନରସିଂହ ସେବା ଦ୍ୱାରା ପଣା ସଂକ୍ରାନ୍ତି ପାଳିତ

ବଲାଙ୍ଗିର: ନରସିଂହ ସେନା ପକ୍ଷରୁ ଓଡିଆ ନବ ବର୍ଷ, ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ତଥା ଆମ୍ବେଦକର ଜୟନ୍ତୀ ଛତାମଖନା ଠାରେ ପାଳିତ ହୋଇଯାଇଛି । ସବୁ ଓଡିଆ ପାଇଁ ଏହା ଏକ ମହାନ ପର୍ବ । କିନ୍ତୁ କରୋନା ମହାମାରୀ ଏବଂ ସାରା ଦେଶରେ କରୋନା କଟକଣା ଯୋଗୁଁ କେବଳ ନିରାଡମ୍ବର ଭାବରେ ଉତ୍ସବ ଟି ପାଳିତ ହୋଇଛି । ପ୍ରଥମେ ଗାଁ ମନ୍ଦରରେ ପୂଜାରୀ ମହାପ୍ରଭୁଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା କରିଥିଲେ ପରେ ପୋଖରୀ ତୁଠ ହନୁମାନ ମନ୍ଦିରରେ ପୂଜା କରାଯାଇଥିଲା । ଚଳିତ ବର୍ଷ ଲକ ଡାଉନ ଯୋଗୁଁ ଭକ୍ତଙ୍କ ଆଗମନ ସୀମିତି ଥିଲା । ନରସିଂହ ସେନା ସଭାପତି ଶୁଭ୍ରାଂଶୁ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏଇ ପୂଜୋତ୍ସବରେ ଗାଁରେ ସମସ୍ତଙ୍କୁ ପଣା ବଣ୍ଟାଗଲା । ସବୁ ଲୋକ ମନୋମାଳିନ୍ୟ ଭୁଲି ଆନନ୍ଦ ସହକାରେ ଏ ପର୍ବରେ ଭାଗ ନେଇଥିଲେ । ପୂଜା ପାର୍ବଣ ପରମ୍ପରା କୁ ବଞ୍ଚେଇ ସମସ୍ତଙ୍କୁ ଏକ ସୁତ୍ରରେ ବାନ୍ଧି ଲୋକଙ୍କୁ ଖୁସି ବାଣ୍ଟିବାର ନରସିଂହ ସେନା ର ଏ ପ୍ରୟାସକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ । ନରସିଂହ ସେନାର ଉପସଭାପତି ନରେନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସଚିତାନନ୍ଦ ମିଶ୍ର, ମୁରଲୀ ମହାକୁର, ରାଧାକାନ୍ତ ମିଶ୍ର, ସମ୍ପାଦକ ରାଜ କିଶୋର ମିଶ୍ର, ସହ କୋଷାଧ୍ୟକ୍ଷ କେଶବ କରଣ ଏବଂ ସମ୍ପାଦକ ଜୁବୁଲାଲ ବାଘ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking