37.1 C
Bhubaneswar
Saturday, May 18, 2024
Homeଓଡିଶାକୋସଳାଚଳରେ ଆଇନ ବିଶ୍ୱ ବିଦ୍ୟାଳୟର ସ୍ଥାପନ ଓ କୋସଳାଂଚଳର ସମସ୍ତ ବେସରକାରୀ ଆଇନ ମହାବିଦ୍ୟାଳୟକୁ ସରକାର...

କୋସଳାଚଳରେ ଆଇନ ବିଶ୍ୱ ବିଦ୍ୟାଳୟର ସ୍ଥାପନ ଓ କୋସଳାଂଚଳର ସମସ୍ତ ବେସରକାରୀ ଆଇନ ମହାବିଦ୍ୟାଳୟକୁ ସରକାର ହାତକୁ ନେବାକୁ କେ.ୱାଇ.ସି.ସି. ଓ ଏକେଏସ୍‌ୟୁ ର ଦାବି

ବଲାଙ୍ଗିର: ଇତି ମଧ୍ୟରେ ରାଜ୍ୟ ସରକାର ତାଙ୍କର ଆଂଚଳିକ ବୈଷମ୍ୟ ଜନିତ ନିତୀର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ଦେଖାଇଛନ୍ତି । କଟକର ମଧୁସୁଦନ ଆଇନ ମହାବିଦ୍ୟାଳୟକୁ ଆଇନ ବିଶ୍ୱ ବିଦ୍ୟାଳୟର ଘୋଷଣା କରିବା ସହ ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟମାନଙ୍କୁ ସେହି ବିଶ୍ୱ ବିଦ୍ୟାଳୟ ସହ ସହବନ୍ଧିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ କୋଶଳାଂଚଳର ୮ଟି ଆଇନ ମହାବିଦ୍ୟାଳୟକୁ ମଧ୍ୟ ଜବରଦସ୍ତି କଟକ ମଧୁସୁଦନ ଆଇନ ବିଶ୍ୱ ବିଦ୍ୟାଳୟ ଅଧିନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଭ୍ୟତାର ବିକାଶ ପାଇଁ ଶିକ୍ଷାର ବିକେନ୍ଦ୍ରୀକରଣ ନିହାତି ଆବଶ୍ୟକ ଅଟେ ଏବଂ କୋଶଳାଂଚଳର ମଧ୍ୟ ତିନୋଟି ବିଶ୍ୱ ବିଦ୍ୟାଳୟ ଯଥା ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ମଧ୍ୟ ରହିଅଛି । ସରକାର ଚାହିଁଥିଲେ ଉକ୍ତ ବିଶ୍ୱ ବିଦ୍ୟାଳୟମାନଙ୍କ ଅଧିନରେ ସଂପୃକ୍ତ ମହାବିଦ୍ୟାଳୟମାନଙ୍କୁ ରଖି ପାରିଥାନ୍ତେ କିମ୍ବା ଶିକ୍ଷାର ଆଂଚଳିକ ଭାରସାମ୍ୟ ରକ୍ଷା କରିବା ପାଇଁ କୋସଳାଂଚଳରେ ମଧ୍ୟ ଏକ ଆଇନ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରି ପାରିଥାନ୍ତେ । ଏଣୁ ରାଜ୍ୟ ସରକାରଙ୍କ ଏତାଦୃଶ ଉପକୂଳ ଓଡିଶାବାଦୀ ନଓତିକୁ କୋସଲ ଯୁବ ସମନ୍ୱୟ ସମିତି ଓ ଅଲ କୋସଲ ଷ୍ଟୁଡେଣ୍ଟସ ୟୁନିୟନ ତିବ୍ର ନିନ୍ଦା କରିବା ସହ ଏହା ବିରୁଦ୍ଧରେ ଧାରାବାହିକ ଭାବେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି କରିଛି । ଏହି ଆନ୍ଦୋଳନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ଉଭୟ ସଂଗଠନର କେନ୍ଦ୍ରୀୟ କର୍ମକର୍ତ୍ତାମାନଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଛି । ଏହି କମିଟି ରେ କେୱାଇସିସି ସଭାପତି ଡୋଳାମଣି ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିପକ ରଥ, ରିଲୁ ରଥ, ବରିଷ୍ଠ ଯୁବ ନେତା ଦୀପକ ଦାସ, ସ୍ୱାଧିନ ମିଶ୍ର, ଯୁବ ନେତା ଅଚ୍ୟୁତ ସିପୁନ ଖମାରୀ, ଦିପକ ଦେବତା, ବିନୋଦ କାଲସାଏ, ଲରେନ୍ସ ପ୍ରଧାନ, ଇଂ. ଉମାଶଙ୍କର ବେହେରା, ମନୋଜ ରାଓ, ଦିଲେଶ୍ୱର ବାଗ, ଏକେଏସ୍‌ୟୁ ର ସଭାପତି ଆକାଶ ପଣ୍ଡା, କେନ୍ଦ୍ରୀୟ ସଂଯୋଜକ ଅସୀମ ପଟେଲ ପ୍ରମୁଖ ସ୍ଥାନୀତ ହୋଇଛନ୍ତି । ଏହି କମିଟି ତରଫରୁ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବା ସହ ଧାରାବାହିକ ଭାବରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking