19.1 C
Bhubaneswar
Saturday, November 23, 2024
Homeଓଡିଶାବିଂଶତମ ବଲାଙ୍ଗିର ଲୋକଉତ୍ସବ ଉଦଯାପିତ : ଜିଲାର ଉନ୍ନତି ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି-ପରିବହନ...

ବିଂଶତମ ବଲାଙ୍ଗିର ଲୋକଉତ୍ସବ ଉଦଯାପିତ : ଜିଲାର ଉନ୍ନତି ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି-ପରିବହନ ମନ୍ତ୍ରୀ

ବଲାଙ୍ଗିର,(ଦେବାଶିଷ ମିଶ୍ର)-ଗତ ଚାରି ଦିନ ଧରି ଚାଲିଥିବା ବିଂଶତମ ଲୋକଉତ୍ସବ ଆଜି ଉଦଜାପିତ ହୋଇଯାଇଛି । ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗିର ଲୋକଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଜିଲାପାଳ ତଥା ଲୋକ ଉତ୍ସବ ସମିତିର ଅଧ୍ୟକ୍ଷ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବଲାଙ୍ଗିର ଜିଲାକୁ ଏକ ଉନ୍ନତ ଜିଲା ଭାବେ ପରିଗଣିତ କରିବା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ଏହି ମହାନ ଉତ୍ସବରେ କଳା ଓ କଳାକାରଙ୍କୁ ପ୍ରୋତ୍ସାହିତ କରିବା । ବିଭିନ୍ନ କାର୍ଯ୍ୟକ୍ରମରେ ସୁଯୋଗ ଦେବା ଆମ ସମସ୍ତଙ୍କ ଦାୟିତ୍ୱ ହେଉ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଓରମାସ ପକ୍ଷରୁ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳା ଓ ହସ୍ତତନ୍ତ ମେଳାକୁ ମନ୍ତ୍ରୀ ଶ୍ରୀ ବେହେରା ବୁଲି ଦେଖିଥିଲେ । ସଭାରେ ଅନ୍ୟତମ ବରେଣ୍ୟ ଅତିଥି ମହିଳା ଓ ଶିଶୁ କଲ୍ୟାଣ,ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ମହିଳାମାନଙ୍କୁ ମିଶନ ଶକ୍ତି ମାଧ୍ୟମରେ ସଶକ୍ତି କରଣ କରିବା ପାଇଁ ରାଜ୍ୟ ସରକାର ବୁହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ପାଇଁ ସମସ୍ତଙ୍କ ସହ ଯୋଗର ଆବଶ୍ୟକତା ରହିଛି । ମହିଳାମାନଙ୍କୁ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଦିଗରେ ଅଗ୍ରସର ହୋଇ ବର୍ତ୍ତମାନ ଯୋଜନା ମାଧ୍ୟମରେ ଆଗେଇ ଆସି ଆତ୍ମନିର୍ଭରଶୀଳ ହେବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଆହ୍ୱାନ ଦେଇଥିଲେ ।
ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ମୁଖ୍ୟାଳୟରୁ ହରିଶଙ୍କର ପର୍ଯ୍ୟନ୍ତ ଓଟିଡିସି ତରଫରୁ ଆସନ୍ତା ମାସ ଫେବୃଆରୀ ଶେଷ ସୁଦ୍ଧା ବସ ଗଡିବ ବୋଲି ପଦକ୍ଷେପ ନିଆଯାଉଛି ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସୂଚନା ଦେଇଥିଲେ । ବଲାଙ୍ଗିରର ପର୍ଯ୍ୟଟନସ୍ଥଳୀର ରକ୍ଷଣାବେକ୍ଷଣା ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦେବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇ କଳାକାର ଜୀବନର ଅନୁଭୂତି କହିଥିଲେ । କାଶ୍ମୀରର କଳାକାରମାନେ ବଲାଙ୍ଗିରକୁ ଆସି ଏଇ କିଛି ଦିନ ମଧ୍ୟରେ ଏଠିକାର ଚାଳିଚଳନ ଓ ଖାଦ୍ୟପେୟକୁ ବେଶ ପସନ୍ଦ କରୁଥିବା ଓ ଏହାକୁ ଆନନ୍ଦରେ ଖାଉଥିବା ଦେଖି ଜଣେ କଳାକାର ଭାବେ ସେ ତାଙ୍କ ଅନୁଭବ ଦର୍ଶକଙ୍କ ଆଗରେ ବଖାଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ ଉପ ଜିଲାପାଳ ସୁଧାକର ନାୟକ, ପାଟଣାଗଡ ଉପ ଜିଲାପାଳ ସୋମନାଥ ପ୍ରଧାନ, ବଲାଙ୍ଗିର ଉପ ଜିଲାପାଳ ସଂଜୟ ମିଶ୍ର ମଞ୍ଚାସିନ ହୋଇଥିଲେ ।
ଏହି ଅବସରରେ ଟିଟିଲାଗଡର ବିଶିଷ୍ଟ କଳାକାର ଶିବ ସିଂ ଭୋଇଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସଭା ପରେ ସାଂସ୍କୃତିକ ବିଚିତ୍ରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଦମପଡା, ଆଇଡିଏମ ପବ୍ଲିକ ସ୍କୁଲ, ନଟରାଜ କଳାପରିଷଦ, କାଶ୍ମୀର ଏନଜେଡସିସି ରୋଫ ଡେନ୍ସ, ହରିଆଣା ଏନଜେଡସିସି ଫାଗ ଡେନ୍ସ, ପଞ୍ଚମ ବଲାଙ୍ଗିର, ଶିକାରୀ ଡାନ୍ସ, ଝୁମର, ଆସାମର ବିହୁ, ପରମ୍ପରା ବଲାଙ୍ଗିର, କାଳୀ ପ୍ରସାଦ ଷଡଙ୍ଗୀ ଓ ସାତୀ, ଡିସିସି ନବରଙ୍ଗପୁର, ଡିସିସି ଫୁଲବାଣୀ, ସାତବହନୀ ପାଟଣାଗଡ, ଝଙ୍କାର ସଙ୍ଗୀତ ମହାବିଦ୍ୟାଳୟ ପାଟଣାଗଡ, ଡିସିସି ସୁନ୍ଦରଗଡ ଲୋକନୃତ୍ୟ ପରିବେଷଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking