ବଲାଙ୍ଗିର(ଦେବାଶିଷ ମିଶ୍ର)- ସ୍ଥାନୀୟ ଗାନ୍ଧୀଷ୍ଟାଡିୟମ ଓ ରାଜେନ୍ଦ୍ର କଲେଜ ଖେଳ ପଡିଆଠାରେ ଚାଲିଥିବା ଓଡିଶା କ୍ରିକେଟ ଏସୋସିଏସନ୍ ଭିଜନ୍ ୨୦୨୪ ଜୁନିୟର ଇନ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଷଷ୍ଠ ଦିନର ଗାନ୍ଧିଷ୍ଟାଡିୟମଠାରେ ପ୍ରଥମ ମ୍ୟାଚ ନବକିଶୋର କ୍ଳବ ସହିତ ଟିଟିଲାଗଡ ଏଥଲେଟିକ ଏସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନବକିଶୋର ଦଳ ବ୍ୟାଟିଂ କରି ୩୧.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୪ରନ୍ ସଂଗ୍ରହ କରିଥିଲେ । ବିପକ୍ଷରେ ଟିଟିଲାଗଡ ଦଳ ୨୨.୪ ଓଭରରେ ସମସ୍ତ ଉଇକେଟ ହରାଇ ୮୬ରନ୍ ସଂଗ୍ରହ କରିଥିଲେ । ଫଳରେ ନବକିଶୋର ଦଳ ଫାଇନାଲକୁ ପ୍ରବେଶ କଲା ।
ସେହିପରି ରାଜେନ୍ଦ୍ର କଲେଜ ଖେଳ ପଡିଆରେ ଦ୍ୱିତୀୟ ମ୍ୟାଚ କଣ୍ଟାବାଞ୍ଜି କ୍ରିକେଟ କ୍ଳବ ଓ ୟଙ୍ଗ୍ଷ୍ଟୁଡେଣ୍ଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କଣ୍ଟାବାଞ୍ଜି ଦଳ ବ୍ୟାଟିଂକରି ୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲେ । ବିପକ୍ଷରେ ୟଙ୍ଗଷ୍ଟୁଡେଣ୍ଟ ୨୪.୪ ଓଭରରେ ସମସ୍ତ ଉଇକେଟ ହରାଇ ୯୦ ରନ୍ ସଂଗ୍ରହ କରିଥିଲେ । ଫଳରେ କଣ୍ଟାବାଞ୍ଜି ଦଳ ଫାଇନାଲକୁ ପ୍ରବେଶ କଲା । ଏହି ମ୍ୟାଚକୁ ଓସିଏ ଅମ୍ପାୟାର ମୁକେଶ ସ୍ୱାଇଁ, ବିଶ୍ୱରଂଜନ ସିଂ,ରାଜେନ୍ଦ୍ର ସେଠ୍ ଓ କଲ୍ୟାଣ ସେଠ୍ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍ ଭାବରେ ରଜତ ଦାସ ଓ ସୁଶିଲ କୁମାର ସୁନ୍ଦରାୟ ଓ ମେନୁଆଲ ସ୍କୋରର୍ ଭାବେ କୁମାରୀ ନିକିତା ଓ ରଶ୍ମିତା ଚିନାରା ଦାୟିତ୍ୱ ବହନ କରିଥିଲେ ।