34.1 C
Bhubaneswar
Thursday, April 25, 2024
Homeଓଡିଶାଜଗତସିଂପୁରର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ୭୨ ତମ ତିରୋଧାନ ଦିବସ ପାଳିତ

ଜଗତସିଂପୁରର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ୭୨ ତମ ତିରୋଧାନ ଦିବସ ପାଳିତ

ଜଗତସିଂହପୁର:(ପ୍ରତାପ କୁମାର ସିଂହ)ଆଜି ମହାତ୍ମାଗାନ୍ଧୀଙ୍କ ୭୨ ତମ ତିରୋଧାମ ଦିବସ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ଥାନା ପରିସର ଓ ଗାନ୍ଧୀଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୃତ୍ତିରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ମାଲ୍ୟାପ୍ରଣ କରିଥିଲେ ଏବଂ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ ଜିଲାପାଳ ଆଲୋକପାତ କରିଥିଲେ । ଏହି ଅବସରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବିମଳ ଲେଙ୍କା, ପୌର ପରିଷଦର କର୍ମଚାରୀ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟନାୟକ ଓ ଏହି କାର‌୍ୟ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ. ଏବଂ ଜଗତସିଂହପୁର ସହରର ବଡ଼ବଜ଼ାର ଠାରେ ଥିବା ସ୍ବାଧୀନତା ସଂଗ୍ରାମୀ ସ୍ମୃତି ଭବନ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ବାଧୀନତା  ସଂଗ୍ରାମୀ ମାଧବାନନ୍ଦ ମନୋହାରୀ  ଅଧ୍ୟକ୍ଷତା କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଆଇନଜୀବୀ ମୁରଲୀଧର ସାହୁ,ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା,ସଂଗ୍ରାମୀ ଦାୟାଦ ଦ୍ଵାରିକାନାଥ ମହାପାତ୍ର ଓ ଅଭିମନ୍ୟୁ ସ୍ୱାଇଁ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ତ୍ୟାଗ,ବଳିଦାନ,ଜୀବନାଦର୍ଶ ଓ ସ୍ବାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର ଯୁବ ସମାଜ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅଂହିସା ନୀତିକୁ ନିଜ ଜୀବନରେ ପ୍ରତିଫଳିତ କରିବାକୁ ସଭାରେ ଆହ୍ୱାନ ଦିଆଯାଇଥିଲା ।

https://onakhabar.com/2020/01/30/saraswati-puja-today/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking