ବଲାଙ୍ଗୀର,- ବଲାଙ୍ଗୀର ଜିଲ୍ଲାରେ ଆଜି ନୂତନ ଭାବେ ୧୯ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ତେବେ ଗୁରୁତର କଥା ହେଲା ଯେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତମାନଙ୍କ ମଧ୍ୟରେ କେବଳ ସହରର ହାତୀଶାଲ ପଡା କଣ୍ଟେନମେଣ୍ଟ ଜୋନରୁ ୧୮ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ନାବାଳକଙ୍କ ସହିତ ୧୧ ଜଣ ମହିଳା ରହିଛନ୍ତି । ଏହି ସମସ୍ତେ ସ୍ଥାନୀୟ ସଂକ୍ରମଣର ଶିକାର ବୋଲି ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସରକାରି ରିପୋର୍ଟ ଅନୁସାରେ ହାତିଶାଲ ପଡାରେ ପ୍ରଥମେ ୨ଜଣ, ପରେ ୧୩ ଜଣ, କାଲି ୪ଜଣ ଓ ଆଜି ସର୍ବାଧିକ ୧୮ଜଣ ସ୍ଥାନିୟ ସଂକ୍ରମଣ ର ଶିକାର ହୋଇଥିବା ଖୋଦ ସରକାର ପ୍ରକାଶିତ କରିଛନ୍ତି । ଅର୍ଥାତ ଦିନ କୁ ଦିନ ବିଭିନ୍ନ ଲୋକେ ସ୍ଥାନୀୟ ସଂକ୍ରମଣ ର ଶିକାର ହୋଇ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ସ୍ଥାନିୟ ସଂକ୍ରମଣ ଓ ଗୋଷ୍ଟି ସଂକ୍ରମଣ ଭିତରେ ପାର୍ଥକ୍ୟ କଣ ବୋଲି ସାଧାରଣରେ ଲୋକେ ପ୍ରଶ୍ନ କରୁଥିବା ବେଳେ, ଅନେକେ ଏହାକୁ ଗୋଷ୍ଟି ସଂକ୍ରମଣ କହିବା ସହ ଭୟଭିତ ଅବସ୍ଥାରେ ଅଛନ୍ତି ।
ତେବେ ଜଣେ ବିଶେଷଜ୍ଞଙ୍କୁ ଏ ବିଷୟରେ ପଚରା ଜିବାରୁ , ସେ ତାଙ୍କ ନାମ ଲୁଚାଇ କହିଥିଲେ ଯେ, ସଂକ୍ରମିତ ବ୍ୟକ୍ତିର କୌଣସି ଗମନା ଗମନ ର ଇତିହାସ ନଥାଇ ସେ ସଂକ୍ରମିତ ହୁଏ, ଆହୁରି ତାହାର ସଂକ୍ରମଣ ର ମାଧ୍ୟମ ଅଜଣା ଥାଏ ତାକୁ ସ୍ଥାନିୟ ସଂକ୍ରମଣ ବୋଲି ଗ୍ରହଣ କାରାଯାଏ । ଅନ୍ୟ ପକ୍ଷରେ ଜଣେ ବ୍ୟକ୍ତିର କୌଣସି ଗମନାଗମନ ର ଇତିହାସ ନଥାଇ, ସେ ସଂକ୍ରମଣର ଶିକାର ହୁଏ, ତେବେ ସେଠି ତାକୁ ଗୋଷ୍ଟି ସଂକ୍ରମଣ ର ଶିକାର ବୋଲି କୁହାଯାଇପାରେ । କିନ୍ତୁ ଯହେତୁ ଏହା କୋଭେଲ (ନୁତନ) କରୋନା ଭାଇରସ ତେଣୁ . ଏହା ବିଷୟରେ ଏଭଳି କିଛି କହିବା ଠିକ ହେବ ନାହିଁ । ତେଣୁ ଏହାକୁ ସରକାରି ପ୍ରଦତ୍ତ ରିପୋର୍ଟ ଅନୁସାରେ ସ୍ଥାନିୟ ସଂକ୍ରମଣ ହିଁ କହିବା ଠିକ ହେବ । ଏହି ପରିପ୍ରେକ୍ଷି ରେ ଘଟଣାକୁ ବିଶେଷ ଗୁରୁତ୍ୱ ର ସହ ନେଇ ଘରକୁ ଘର ଯାଇ ଲୋକଙ୍କୁ ପରିକ୍ଷା କରି ସଂକ୍ରମିତଙ୍କୁ ଅଲଗା କରି ସେମାନଙ୍କ ଚିକିତ୍ସା କରାଇବା ସହ ସାରା ସହରକୁ ସେନିଟାଇଜ କରି ପାରିଲେ ଯାଇ ସାଧାରଣ ଜନତା ସୁରକ୍ଷିତ ରହି ପାରିବେ ବୋଲି ମତ ଦେଇଛନ୍ତି । ତେବେ ଏଭଲି ସ୍ଥିତିରେ ଜିଲ୍ଲାପ୍ରଶାସନ ଓ ଜନତା ଏକ ଲକ୍ଷ ନେଇ କାମ କଲେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି ।
ଆଜିର ସୁଚନାର ପ୍ରକାଶ ଯେ, ଚିହ୍ନଟ ହୋଇଥିବା ୧୯ ଜଣଙ୍କ ମଧ୍ୟରୁ ସଇଁନ୍ତଲା ବ୍ଲକ ଲାଚୁଟ ପଂଚାୟତର ଜଣେ ୨୫ ବର୍ଷର ପୁରୁଷ ରହିଥିବା ବେଳେ ସେ ତାମିଲନାଡୁ ଫେରନ୍ତା । ସେ ୩ ରୁ ୧୩ ଜୁନ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନରେ ଥିଲେ ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ । କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ବୟସ ୭୦,୩,୨୬,୨୭,୨୬,୧୬,୨୦,୧୪,୪୪,୧୦,୨୫,୧୧,୧୦,୧୨,୬୬,୬୦,୬୦ ଓ ୫୦ ରହିଛି । ଚିହ୍ନଟ ହୋଇଥିବା ୧୯ ଜଣଙ୍କ ମଧ୍ୟରୁ ୧୧ ଜଣ ମହିଳା ହୋଇଥିବା ବେଳେ ୮ ଜଣ ହେଉଛନ୍ତି ପୁରୁଷ । ତେବେ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଭାବରେ ବଢି ଚାଲିଥିବାରୁ ଜନସାଧାରଣରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି ।