OnaKhabar

କୋଟାରେ ସିଜିଡି ପ୍ରକଳ୍ପର ଅଗ୍ରଗତି ନେଇ ଲୋକସଭା ବାଚସ୍ପତିଙ୍କ ସହ ମିଳିତ ଭାବେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଚଳିତବର୍ଷ ଶେଷ ସୁଦ୍ଧା କୋଟାରେ ୧୦ ହଜାର ଘରକୁ ନୂଆ ପିଏନଜି ସଂଯୋଗ
– କରୋନା ସତ୍ୱେ ସିଜିଡି ନେଟୱାର୍କର ସଂପ୍ରସାରଣ ଏବଂ ଗ୍ୟାସ ଭିତିଭୂମି ପ୍ରକଳ୍ପରେ ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,  – ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ସହଯୋଗରେ ରାଜସ୍ଥାନ
କୋଟାରେ କ୍ରିୟାନ୍ୱିତ ହେଉଥିବା ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରୁ
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ମିଳିତ ଭାବେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଚଳିତବର୍ଷ ଡିସେମ୍ବର ସୁଦ୍ଧା କୋଟାରେ ଆରଏସଜିଲ ତଥା ଆରଏସପିସିଏଲ ଏବଂ
ଗେଲ୍ ଗ୍ୟାସର ମିଳିତ ଉଦ୍ୟମରେ ୧୦ ହଜାର ଘରକୁ ନୂଆ ପିଏନଜି ସଂଯୋଗ କରାଯିବା ପାଇଁ
ପ୍ରତିଶ୍ରୁତିବଦ୍ଧ । ଏହାସହ ୩ଟି ନୂଆ ସିଏନଜି ଷ୍ଟେସନର କାମ ମଧ୍ୟ ଶେଷ କରାଯିବ । ଆରଏସଜିଏଲର
ଅଧିକାରୀମାନେ ସ୍ୱଚ୍ଛ ଇନ୍ଧନର ବିକାଶ ପାଇଁ ସ୍ଥାନୀୟ ଶିଳ୍ପ ସଂସ୍ଥା ଗୁଡିକୁ ପ୍ରାକୃତିକ ଗ୍ୟାସ ଯୋଗାଉଛନ୍ତି ।
କୋଭିଡ-୧୯ ଚ୍ୟାଲେଞ୍ଜ ସତ୍ୱେ ସିଜିଡି ନେଟୱାର୍କର ସଂପ୍ରସାରଣ ଏବଂ ଗ୍ୟାସ ଭିତିଭୂମି ପ୍ରକଳ୍ପ
ଆଗେଇ ଚାଲିଛି । ରାଜସ୍ଥାନ ଏବଂ କୋଟାରେ ପରିବହନ, ଶିଳ୍ପ ଏବଂ ଘରୋଇ କ୍ଷେତ୍ରରେ ସିଏନଜି
ଏବଂ ପିଏନଜି ଯୋଗାଇବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111