39.1 C
Bhubaneswar
Tuesday, April 23, 2024
Homeକରୋନା୩୧ ଯାଏଁ ଉଡିବନି ଅନ୍ତର୍ଜାତୀୟ ବିମାନ

୩୧ ଯାଏଁ ଉଡିବନି ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଯାତ୍ରୀବାହୀ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି । ଏବେ ଅନ୍ୟ ଦେଶକୁ ବିମାନ ଯିବନି କି ଅନ୍ୟ ଦେଶରୁ ଆସିବନି ଯାତ୍ରୀବାହୀ ବିମାନ । ଅନ୍ତର୍ଜାତୀୟ ବିମାନ ଓ ଭିସା କଟକଣା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । ଜୁଲାଇ ୩୧ ତାରିଖ ଯାଏଁ ଏହି ଅବଧିକୁ ବିମାନ ଚଳାଚଳ ମନ୍ତ୍ରାଳୟ ବୃଦ୍ଧି କରିଛି । ତେବେ କରୋନା ମହାମାରୀର ସଙ୍କଟ ସମୟରେ ସାରା ଦେଶରେ ଅନଲକ୍-୨ ଆରମ୍ଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବି ଟଳିନି ବିପଦ । ଏନେି ଜୁଲାଇ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲାଗୁହୋଇଛି । ଭାରତରୁ ଅନ୍ୟ ଦେଶକୁ ଓ ଅନ୍ୟ ଦେଶରୁ ବିମାନ ଆସିବା ଉପରେ ରୋକ ଲାଗିଛି । କିନ୍ତୁ ଡି ଜି ସି ଏ କାର୍ଗୋ ବିମାନ ଉଡାଣ ଉପରେ କୌଣସି କଟକଣା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking