29.1 C
Bhubaneswar
Saturday, July 27, 2024
Homeଖେଳବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍ ଚାମ୍ପିଅନ୍‌ଶିପ୍‌; ପ୍ରଥମ ଥର ସେମିଫାଇନାଲ୍‌ରେ ଭାରତୀୟ ମହିଳା

ବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍ ଚାମ୍ପିଅନ୍‌ଶିପ୍‌; ପ୍ରଥମ ଥର ସେମିଫାଇନାଲ୍‌ରେ ଭାରତୀୟ ମହିଳା

ନୂଆଦିଲ୍ଲୀ: ମାଲେସିଆର ଶାହ ଆଲମ୍‌ରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଟିମ୍ ଚାମ୍ପିଅନ୍‌ଶିପ୍‌ରେ ଶୁକ୍ରବାର ଭାରତୀୟ ମହିଳା ଟିମ୍ କ୍ୱାର୍ଟର୍ ଫାଇନାଲ୍‌ରେ ହଂକଂକୁ ୩-୨ରେ ହରାଇଛି । ଏହା ସହ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ଟୁର୍ଣ୍ଣାମେଣ୍ଟ୍‌ର ସେମିଫାଇନାଲ୍‌ରେ ପହଞ୍ଚି ପଦକ ପକ୍କା କରିଛି । ଏବେ ଭାରତର ମୁକାବିଲା ଜାପାନ ସହିତ ହେବ । ଟପ୍ ସିଡ୍ ଚୀନ୍‌କୁ ହରାଇ ଗ୍ରୁପ୍ ପର୍ଯ୍ୟାୟ ଶୀର୍ଷରେ ଥିବା ଭାରତ ପିଭି ସିନ୍ଧୁ, ଅସ୍ମିତା ଚଲିହା ଏବଂ ଅଶ୍ୱିନୀ ପୋନପ୍ପା ତଥା ତନୀଷା କ୍ରାଷ୍ଟୋଙ୍କ ଡବଲ୍ସ ଯୋଡ଼ିର ବିଜୟ ଦମ୍‌ରେ ହଂକଂକୁ ହରାଇଛି ।

ଆହତ କାରଣରୁ ଚାରିମାସ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଷ୍ଟାର୍ ଖେଳାଳି ପିଭି ସିନ୍ଧୁ ଲୋ ସିନ୍ ୟାନ୍ ହ୍ୟାପ୍ପିଙ୍କ ବିପକ୍ଷରେ ମଜଭୁତ ଆରମ୍ଭ କରିଥିଲେ । ସେ ହ୍ୟାପ୍ପିଙ୍କ ବିପକ୍ଷରେ ୨୧-୭, ୧୬-୨୧, ୨୧-୧୨ରେ ବିଜୟ ହାସଲ କରି ଭାରତକୁ ଆଗୁଆ କରିଥିଲେ । କ୍ୱାର୍ଟର୍ ଫାଇନାଲ୍‌ରେ ଦ୍ୱିତୀୟ ମ୍ୟାଚ୍‌ରେ ଅଶ୍ୱିନୀ ପୋନପ୍ପା ଓ ତନୀଷା କ୍ରାଷ୍ଟୋଙ୍କୁ ଯୋଡ଼ି ୟୁଙ୍ଗ୍ ନଗା ଟିଙ୍ଗ୍ ଓ ୟୁଙ୍ଗ୍ ପୁଇ ଲାମ୍‌ଙ୍କ ଯୋଡ଼ିକୁ ହରାଇ ସ୍ଥିତି ୨-୦ରେ ପହଞ୍ଚାଇଥିଲେ । ବିଶ୍ୱର ୨୧ତମ ର‌୍ୟାଙ୍କ୍‌ର ପୋନପ୍ପା-କ୍ରାଷ୍ଟୋ ଯୋଡ଼ି ୧୮ତମ ର‌୍ୟାଙ୍କ୍‌ର ଯୋଡ଼କି ୨୧-୧୦, ୨୧-୧୪ରେ ହରାଇ ଭାରତକୁ ସେମିଫାଇନାଲ୍ ନିକଟତର କରାଇଥିଲେ । ଏହାପରେ ଅସ୍ମିତା ଚଲିହା ୨୧-୧୨, ୨୧-୧୩ରେ ସୁମ୍ ୟି’ଙ୍କୁ ହରାଇ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଶେଷ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking