ଭୁବନେଶ୍ୱର: ଡ଼ଃ ବି ଆର ଆମ୍ବେଦକରଙ୍କ 130ତମ ଜୟନ୍ତୀ ଉପଲକ୍ଷେ ସଂଯୁକ୍ତ ମୋର୍ଚ୍ଚା ଡାକରା ରେ ଭୁବନେଶ୍ୱର ରେ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଭୁବନେଶ୍ୱର ରେ”ସମ୍ବିଧାନ ବଞ୍ଚାଅ ଦିବସ”
ପାଳନ ହୋଇ ଯାଇଛି l
ଏହି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ର ନେତୃବୃନ୍ଦ ଏଜି ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇ ପୁଷ୍ପ ପ୍ରଦାନ କରିଥିଲେ
ସଂଯୁକ୍ତ ମୋର୍ଚ୍ଚା ର ନେତୃବୃନ୍ଦ କହିଛନ୍ତି ଯେ ଡ଼ଃ ବି ଆର ଆମ୍ବେଦକରଙ୍କ ଦ୍ୱାରା ପ୍ରଣିତ ସମ୍ବିଧାନ ଆଜି ସବୁ ଦିଗରୁ ଆକ୍ରମଣ ର ସମ୍ମୁଖୀନ ହୋଇଛି l
ବାକ ସ୍ୱାଧୀନତା, ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ସାଙ୍ଗକୁ ସଂଘୀୟ ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେଉଛି l ସମ୍ବିଧାନ ନିର୍ଦ୍ଦେଶିତ ସାମାଜିକ ଅଧିକାର, ଆର୍ଥିକ ସମାନତା, ଲିଙ୍ଗଗତ ସମାନତା ଇତ୍ୟାଦି ସ୍ଲୋଗାନ ରେ ରହିଛି l
ଦଳିତ, ଆଦିବାସୀ ଏବଂ ପଛୁଆ ବର୍ଗ ଆର୍ଥିକ ଏବଂ ସାମାଜିକ ଅଧିକାର ରୁ ବଞ୍ଚିତ ହୋଇ ରହିଛନ୍ତି l
ସମ୍ବିଧାନ ଅନୁସାରେ ଆମ୍ବେଦକରଙ୍କ ପରିକଳ୍ପିତ ଭାରତବର୍ଷ ପାଇଁ ସମ୍ବିଧାନ ସୁରକ୍ଷା ପାଇଁ ସଂଗ୍ରାମ ଜରୁରୀ ବୋଲି କୁହାଯାଇଛି l
ଆଜିକାର ଏହି କାର୍ଯ୍ୟକ୍ରମ ରେ ଅଲ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟି ତରଫରୁ
ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ଶଶିଭୂଷଣ ସ୍ୱାଇଁ,ଜ୍ୟୋତି ରଞ୍ଜନ ମହାପାତ୍ର, ମହେନ୍ଦ୍ର ପରିଡା, ସୁଦର୍ଶନ ପ୍ରଧାନ, ଜଗନ୍ନାଥ ମିଶ୍ର, ଅଭିରାମ ବେହେରା,ବଂଶୀଧର ପରିଡା ପ୍ରମୋଦିନୀ ସାହୁ, ସଞ୍ଜୟ ସାହୁ,ନୃସିଂହ ବେହେରା,ଆଲୋକ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରି ନେତୃତ୍ୱ ନେଇଥିଲେ l