35.1 C
Bhubaneswar
Wednesday, April 23, 2025
Homeଓଡିଶାଆୟୁଷ ଡାକ୍ତର ମାନଙ୍କ ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଆୟୁଷ ଡାକ୍ତର ମାନଙ୍କ ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଯାଜପୁର: ଯାଜପୁର ଆୟୁଷ ଡାକ୍ତର ମାନଙ୍କ 6 ଦଫା ଦାବି ନେଇ ଯାଜପୁର ଜ଼ିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଲ ଓଡ଼ିଆ ଆୟୁଷ ଡାକ୍ତର ଆସୋସିଏସନ ନିର୍ଦେଶକ କ୍ରମେ ଯାଜପୁର ଜ଼ିଲ୍ଲା ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି l ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଦେୟ ମୁକ୍ତ ସ୍ୱାସ୍ଥ୍ୟ ବୀମା ଭଳି 6 ଦଫା ଦାବି ନେଇ ରାଜ୍ୟ ସରକାର ଙ୍କ ଉଦେଶ୍ୟରେ ଯାଜପୁର ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ସବୁ ଦାବି ପୁରଣ ନେଇ ଆଗାମୀ ୨୦ ରୁ ୨୬ ତାରିଖ ପଯ୍ୟନ୍ତ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତି ନେଇଛି ଆୟୁଷ ଡାକ୍ତର ସଂଘ l ଦାବି ପୂରଣ ନ ହେଲେ ଆସନ୍ତା ୨୭ ତାରିଖ ରୁ ଲୋଏର ପିଏମଜୀ ରେ ଧାରଣା ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking