24.1 C
Bhubaneswar
Thursday, January 9, 2025
Homeଓଡିଶାଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ମେଲିଓଡୋସିସ୍ ବ୍ୟାଧିକୁ ସିଏମ୍‌ଇ ଆୟୋଜିତ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ମେଲିଓଡୋସିସ୍ ବ୍ୟାଧିକୁ ସିଏମ୍‌ଇ ଆୟୋଜିତ

ଭୁବନେଶ୍ୱର, : କେବେ ମେଲିଓଡୋସିସ୍‌ର ନାମ ଶୁଣିଛନ୍ତି କି ? ଏହା ଏଭଳି ଏକ ମାରାତ୍ମକ ରୋଗ ଯାହାକି ଏକ ସାପ୍ରୋଫାଇଟ୍ (ବ୍ୟାକ୍ଟେରିଆ) ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ ଏହି ରୋଗରେ ମୃତ୍ୟୁର ହାର ଖୁବ୍ ଅଧିକ ।
ଏହି ବ୍ୟାକ୍ଟେରିଆ କୌଣସି ଉଦ୍ଭିଦ ବା ଫଙ୍ଗସ୍ ଦ୍ୱାରା ହୋଇଥାଏ ଯାହା ମୃତ ବା ପଡିଯାଇଥିବା ପଦାର୍ଥ ଉପରେ ନିର୍ଭର କରି ବଂଚେ । ଏହାକୁ ବୁର୍ଖୋଲଡେରିଆପସିଉଡୋମାଲି ନାମକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି ।
ବିଶ୍ୱରେ ଏଥି ନିମନ୍ତେ ମୃତ୍ୟୁ ହାର ଅଧିକ ଥିବା ବେଳେ ଏ ତଥ୍ୟ ବିଶେଷ ଭାବେ ସାମ୍ନାକୁ ଆସି ନାହିଁ କିମ୍ବା ସ୍ୱାସ୍ଥ୍ୟ ସେବା ସଂଘଗୁଡ଼ିକ ପକ୍ଷରୁ ଏ ନେଇ ସଚେତନତା ମଧ୍ୟ ସୃଷ୍ଟି କରାଯାଇନାହିଁ ବୋଲି କହିଛନ୍ତି ଲଣ୍ଡନ୍ ସ୍କୁଲ୍ ଅଫ୍ ହାଇଜିନ୍‌ର ପ୍ରଫେସର (ଡାକ୍ତର) ଡାଭିଡ ଡାନ୍ସ ।
ଗତ ସପ୍ତାହରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭର୍ଚୁଆଲୀ ଆୟୋଜିତ ଏକ ସିଏମ୍‌ଇରେ ପ୍ରଫେସର ଡାନ୍ସ ଏହା କହିଛନ୍ତି ।
ଏହି ରୋଗର ଲକ୍ଷଣ ଟିବି, ଟାଇଫଏଡ୍‌, ମ୍ୟାଲେରିଆ, ସ୍କ୍ରବ୍ ଟିପସ୍‌, ଲେପ୍ଟୋସ୍ପିରୋସିସ୍ ଏବଂ ଡେଙ୍ଗି ଭଳି ହୋଇଥିବାରୁ ଏହାକୁ ‘ଗ୍ରେଟ୍ ମିମିକର୍‌’ ବୋଲି କୁହାଯାଇଥାଏ ।
ଏହି ସିଏମ୍‌ଇରେ ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ୍ (ମାହେ)ର ପ୍ରଫେସର (ଡକ୍ଟର) ଚିରଞ୍ଜୟ ମୁଖୋପାଧ୍ୟାୟ ମଧ୍ୟ ଯୋଗ ଦେଇଥିଲେ । ଯୋଗ ଦେଇଥିବା ବିଶେଷଜ୍ଞମାନେ ଭାରତ ସମେତ ସାରା ବିଶ୍ୱରେ ଏହି ମାରାତ୍ମକ ରୋଗର ପରିସ୍ଥିତି, ଉପଲବ୍ଧ ପରୀକ୍ଷଣ ବ୍ୟବସ୍ଥା ଏବଂ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ସିଏମ୍‌ଇକୁ ଆଇଏମ୍‌ଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଉଦ୍‌ଘାଟନ କରିବା ସହ ରୋଗକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ଏ ଦିଗରେ ଅଧିକ ଗବେଷଣା କରିବାକୁ ସିଏମ୍‌ଇରେ ସାମିଲ ହୋଇଥିବା ବିଶେଷଜ୍ଞମାନଙ୍କୁ ଅନୁରୋଧ କରିଥିଲେ । ଦେଶର ବିଭିନ୍ନ ମେଡିକାଲ୍ କଲେଜରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଏହି ସିଏମ୍‌ଇରେ ସାମିଲ୍ ହୋଇଥିଲେ । ଏହି ସିଏମ୍‌ଇକୁ ଡାକ୍ତର ପ୍ରଜ୍ଞା ପାରମିତା ଜେନା ପରିଚାଳନା କରିଥିବା ବେଳେ ମାଇକ୍ରୋ ବାୟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) କୁନ୍ଦନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking