ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ । କ୍ରିକ୍ବଜ୍ ରିପୋର୍ଟ ଅନୁସାରେ ନାସ୍ନାଲ୍ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ସୂର୍ଯ୍ୟକୁମାରଙ୍କୁ ମଞ୍ଜୁରୀ ଦେଇନାହିଁ । ଫଳରେ ସେ ଆଗାମୀ ଟୁର୍ଣ୍ଣାମେଣ୍ଟ୍ ପାଇଁ ଏବେ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ସହ ସାମିଲ ହୋଇପାରି ନାହାନ୍ତି । ଆଙ୍କଲ୍ ସର୍ଜରୀ କାରଣରୁ ସୂର୍ଯ୍ୟକୁମାର ଏବେ ଏନ୍ସିଏରେ ରିହାବ୍ ପ୍ରକ୍ରିୟାରେ ଅଛନ୍ତି । ସେ ଆଇପିଏଲ୍ ପାଇଁ ଫିଟ୍ ହୋଇପାରି ନାହାନ୍ତି ।
ମାର୍ଚ୍ଚ ୨୧ରେ ତାଙ୍କର ଆଉ ଏକ ଫିଟ୍ନେସ୍ ଟେଷ୍ଟ୍ ହେବ । ଯଦି ଏଥିରେ ସେ ପାସ୍ କରନ୍ତି, ତେବେ ତାଙ୍କୁ ଆଇପିଏଲ୍ ଖେଳିବା ପାଇଁ ମଞ୍ଜୁରୀ ମିଳିବ । ମୁମ୍ବାଇ ମାର୍ଚ୍ଚ ୨୪ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମୋହାଲିରେ ଅଭିଯାନ ଆରମ୍ଭ କରିବ । ଆହତ କାରଣରୁ ଆଇପିଏଲ୍ରୁ ବିଶ୍ୱର ବହୁ ଖେଳାଳି ବାଦ୍ ପଡ଼ିଛନ୍ତି । ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଫାଷ୍ଟ୍ ବୋଲର୍ ଲୁଙ୍ଗି ଏନ୍ଗିଡି ଏବଂ ହ୍ୟାରୀ ବ୍ରୁକ୍, କୋଲ୍କାତା ନାଇଟ୍ ରାଇଡର୍ସର ଜେସନ୍ ରୟ, ଗୁଜରାଟ ଟାଇଟନ୍ସ ପେସର୍ ମହମ୍ମଦ ଶମୀ ଓ ମାର୍କ ଉଡ୍ଙ୍କ ପରି ଖେଳାଳି ଟୁର୍ଣ୍ଣାମେଣ୍ଟ୍ରୁ ଓହରି ଯାଇଛନ୍ତି ।