34.1 C
Bhubaneswar
Thursday, April 10, 2025
Homeଓଡିଶାଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ମ୍ୟାଚ୍‌ ୩-୩ରେ ଶେଷ

ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ମ୍ୟାଚ୍‌ ୩-୩ରେ ଶେଷ

ଭୁବନେଶ୍ବର : ଚଳିତ ବିଶ୍ବକପ୍‌‌ରେ ସୋମବାର ସନ୍ଧ୍ୟାରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। କଳିଙ୍ଗ ଷ୍ଟାଡିୟମ୍‌‌ରେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ମୁକାବିଲା ୩-୩ ଗୋଲ୍‌ରେ ଡ୍ର ରହିଛି। ଉଭୟ ଦଳ ପଏଣ୍ଟ ବାଣ୍ଟିଛନ୍ତି। ଫଳରେ ପୁଲ୍‌ ‘ଏ’ରେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ୨ଟି ଲେଖାଏଁ ମ୍ୟାଚ୍‌ ଖେଳି ୪ ପଏଣ୍ଟ ଲେଖାଏଁ ପାଇଛନ୍ତି। ତେବେ ଅଷ୍ଟ୍ରେଲିଆର ଗୋଲ୍‌ ହାର ଅଧିକ ରହିଥିବାରୁ ଏହା ଗ୍ରୁପ୍‌ ଚମ୍ପିଆନ୍‌ ହେବାର ସମ୍ଭାବନା ଅଧିକ ରହିଛି।

ଏହି ମ୍ୟାଚ୍‌ ପ୍ରଥମାର୍ଦ୍ଧ ୨-୨ ଗୋଲରେ ସମାନ ସ୍ତରରେ ରହିଥିଲା। ଦ୍ବିତୀୟାର୍ଦ୍ଧ ଶେଷରେ ମଧ୍ୟ ମ୍ୟାଚ୍‌ ୩-୩ରେ ଅମୀମାଂସିତ ରହିଥିଲା। ବିଶ୍ବର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଯାହା ଆଶା ଥିଲା; ତାହା ଆରମ୍ଭରୁ ଦେଖା ଦେଇଥିଲା। ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରମଣ କରି ୧୦ମ ମିନିଟ୍‌‌େର ପେନାଲ୍‌ଟି କର୍ଣ୍ଣରରୁ ପ୍ରଥମ ଗୋଲ ଦେଇଥିଲା। ଅଭିଜ୍ଞ ଖେଳାଳି ଜରେମି ହେୱାର୍ଡ ଏହି ଗୋଲଟି ସ୍କୋର କରିଥିଲେ। ୧୯ ମିନିଟ୍‌‌ରେ ଆର୍ଜେଣ୍ଟିନା ପାଇଥିବା ପେନାଲ୍‌ଟି କର୍ଣ୍ଣରରୁ ଟମାସ୍‌ ଡୋମେନ ଗୋଲ ସୁଝାଇ ଦେଇଥିଲେ। ମ୍ୟାଚ୍‌ ଏତେ ଆକ୍ରମଣାତ୍ମକ ଥିଲା ଯେ ପ୍ରତି ମିନିଟରେ ଗୋଲ୍‌ ହେବ ବୋଲି ମନେ ହୋଇଥିଲା।

୩୦ ମିନିଟ୍‌‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ ବିଏଲ ଓ ୩୩ ମିନିଟ୍‌‌ରେ ଆର୍ଜେଣ୍ଟିନା ପକ୍ଷରୁ ମାଇକୋ କାସେଲ ଗୋଲ ସ୍କୋର କରିବା ଫଳରେ ଖେଳ ୨-୨ ଗୋଲରେ ସମାନ ସ୍ତରରେ ରହିଥିଲା। ପ୍ରଥମାର୍ଦ୍ଧ ପରେ ଖେଳର ଗତି ଆହୁରି ବଢ଼ିଥିଲା। ୪୯ ମିନିଟ୍‌‌ରେ ଅଷ୍ଟ୍ରେଲିଆ ରକ୍ଷଣଭାଗରେ ହୋଇଥିବା ମେଳିରୁ ଫାଇଦା ଉଠାଇ ଆର୍ଜେଣ୍ଟିନାର ମାର୍ଟିନ ଫେରେଇରୋ ଆଉ ଏକ ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରିଥିଲେ। ଫଳରେ ଆର୍ଜେଣ୍ଟିନା ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ଅଷ୍ଟ୍ରେଲିଆର ଅଭିଜ୍ଞ ଷ୍ଟ୍ରାଇକର ବ୍ଲେକ୍‌ ଗୋଭର୍ସ ୫୮ ମିନିଟରେ ଗୋଲକୁ ସୁଝାଇ ନିଶ୍ଚିତ ପରାଜୟରୁ ଦଳକୁ ରକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking