27.1 C
Bhubaneswar
Saturday, July 27, 2024
Homeଖେଳଟି-୨୦ : ଭାରତକୁ ୫ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ଟି-୨୦ : ଭାରତକୁ ୫ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ଗୌହାଟୀ: ପରସପରା ଷ୍ଟାଡ଼ିୟମରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୫ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି । ଏହା ସହ ସିରିଜକୁ ଏବେ ୧-୨ ସ୍ଥିତିରେ ରଖିଛି । ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ଋତୁରାଜ ଗାଏକ୍ୱାଡ୍‌ଙ୍କ ୧୨୩ ରନ୍ ସହାୟତାରେ ୫ ୱିକେଟ୍ ହରାଇ ୨୨୨ ରନ୍ କରିଥିଲା । ଜବାବରେ ମାକ୍ସୱେଲଙ୍କ ୧୦୪³ ରନ୍‌ର ବିସ୍ଫୋରକ ଇନିଂସ୍ ଯୋଗୁଁ ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱକେଟ୍ ହରାଇ ବିଜୟୀ ହୋଇଥିଲା । ଏହି ମ୍ୟାଚ୍‌ରେ ସ୍ଲୋ ଓଭର ପାଇଁ ଭାରତୀୟ ଦଳକୁ ଦଣ୍ଡ ସ୍ୱରୂପ ଅନ୍ତିମ ଓଭରରରେ ୪ ଜଣ ଫିଲ୍ଡରଙ୍କୁ ୩୦ ଗଜ ବାହାରେ ରଖାଯାଇଥିଲା । ମ୍ୟାଚ୍ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଅନ୍ତିିମ ୨ ଓଭରରୁ ୪୩ ରନ୍‌ର ଆବଶ୍ୟକତା ରହିଥିଲା । ଅକ୍ଷର ପଟେଲ ୨୨ ଓ ପ୍ରସିଦ୍ଧ କ୍ରିଷ୍ଣା ୨୩ ରନ୍ ଦେଇ ଭାରତକୁ ପରାଜିତ କରାଇଥିଲେ । ମକ୍ସୱେଲ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

୨୨୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ନେଇ ବିଶ୍ୱକପ୍ ଫାଇନାଲ ହିରୋ ଟ୍ରାଭିସ୍ ହେଡ୍ ଓ ଆରୋନ ହାର୍ଡ଼ି ବ୍ୟାଟିଂ କରିଥିଲେ । ଡ୍ରେସିଂ ରୁମ୍‌ରୁ କେବଳ ବାଉଣ୍ଡରୀ ମାରିବା ପାଇଁ ହେଡ୍ ମନସ୍ଥ କଲାପରି ବ୍ୟାଟିଂ କରିଥିଲେ । ପ୍ରଥମ ୱିକେଟ୍‌ରେ ଏମାନେ ୪୭ ରନ୍ କରିଥିଲେ । ଏହି ସମୟରେ ହାର୍ଡି ୧୨ ବଲରୁ ୧୬ ରନ୍ କରି ଆଉଟ୍ ହୋଇଥିଲେ । ୫.୪ ଓଭର ବେଳକୁ ଦଳୀୟ ସ୍କୋର ୬୬ ରନ୍ ହୋଇଥିବା ବେଳେ ହେଡ୍ ୧୮ ବଲରୁ ୮ଟି ଚୌକା ସହାୟତାରେ ୩୫ ରନ୍ କରି ପାଭିଲିୟନ୍ ଫେରିଥିଲେ । ଏହାର ୨ ରନ୍ ବ୍ୟବଧାନରେ ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଜୋଶ ଇଙ୍ଗଲିସ୍ ୬ ବଲରୁ ୧୦ ରନ୍ କରି ନିରାଶ କରିଥିଲେ । ପରେ ସିରିଜରେ ଅନ୍ତିିମ ମ୍ୟାଚ୍ ଖେଳୁଥିବା ଗ୍ଲେନ୍ ମାକ୍ସୱେଲ ଓ ମାର୍କସ୍ ଷ୍ଟୋଇନିସ୍ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ ।

ମାକ୍ସୱେଲ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ଚତୁର୍ଥ ୱିକେଟ୍‌ରେ ଏହି ଯୋଡି ୬୦ରନ୍ ସଂଗ୍ରହ କରିଥିଲେ । ୧୩ ଓଭରରେ ଦଳୀୟ ସ୍କୋର ୧୨୮ ରନ୍ ହୋଇଥିବା ବେଳେ ଷ୍ଟୋଇନିସ୍ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଏହାର ୬ ରନ୍ ବ୍ୟବଧାନରେ ଟିମ୍ ଡେଭିଡ୍ ରବି ବିଷ୍ଣୋଇଙ୍କ ଦ୍ୱାରା ଗୋଲ୍ଡେନ୍ ଡକ୍ ହୋଇଥିଲେ । ଏହାପରେ ଅଧିନାୟକ ମାଥ୍ୟୁ ୱେଡ଼୍ ଓ ମାକ୍ସୱେଲ ମ୍ୟାଚ୍ ବିଜୟୀ ଇଡ଼ିଂସ୍ ଖେଳିଥିଲେ । ଏପରିକି ଦୁଇ ଓଭରରୁ ୪୩ ରନ୍ ଆବଶ୍ୟକ ରହିଥିବା ବେଳେ ମାକ୍ସୱେଲ ୧୮ ଓ ୱେଡ୍ ୨୨ ରନ୍ କରିଥିଲେ । ଅତିରିକ୍ତ ୪ ରନ୍ ହୋଇଥିଲା । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ସବୁଠାରୁ ବ୍ୟୟବହୁଳ ବୋଲର ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭରରୁ ୬୮ ରନ୍ ଦେଇଥିଲେ । ଶେଷ ପର୍ଯ୍ୟନ୍ତ ମାକ୍ସୱେଲ ୪୮ ବଲରୁ ୮ ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୧୦୪³ ରନ୍ କରିଥିଲେ । ୱେଡ଼୍ ୧୬ ବଲରୁ ୨୮ ରନ୍ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ ୨ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ, ଆଭେଶ ଖାନ୍ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇ ଭାରତ ପକ୍ଷରୁ ଜୟସ୍ୱାଲ ଓ ଗାଏକ୍ୱାଡ୍ ଇନିଂସ୍ ଓପନ୍ କରିଥିଲେ । ଆରମ୍ଭରୁ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ ମଧ୍ୟ ବଡ ଶଟ୍ ଖେଳିବାକୁ ଯାଇ ଜୟସ୍ୱାଲ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନରେ ୱିକେଟ୍ କିପର ଇଶାନ୍ କିଷାନ୍ ଟିମ୍ ଇଣ୍ଡିଆକୁ ନିରାଶ କରିଥିଲେ । ସେ ୫ଟି ବଲ ଖେଳି ଡକ୍ ହୋଇଥିଲେ । ଫଳରେ ଦଳର ବ୍ୟାଟିଂ ଭାର ଗାଏକ୍ୱାଡ୍ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିଥିଲା । ସୂର୍ଯ୍ୟକୁମାର ଚିରାଚରିତ ବ୍ୟାଟିଂ କରିଥିବା ବେଳେ ଗାଏକ୍ୱାଡ୍ ତାଙ୍କୁ ଉଚିତ ସହାୟତା ଦେଇଥିଲେ । ଚତୁର୍ଥ ୱିକେଟ୍‌ରେ ଏହି ଯୋଡି ୫୭ ରନ୍ ସଂଗ୍ରହ କରିଥିଲେ ।

ଦଳୀୟ ସ୍କୋର ୧୦.୨ ଓଭରରେ ୮୧ ରନ୍ ହୋଇଥିବା ବେଳେ ସୂର୍ଯ୍ୟକୁମାର ୨୯ ବଲରୁ ୫ ଚୌକା ଓ ୨ ଛକା ସହାୟତାରେ ୩୯ ରନ୍ କରି ଆଉଟ୍ ହୋଇଥିଲେ । ଏହିଠାରୁ ଗାଏକ୍ୱାଡ୍ ଦ୍ରୁତ ସ୍କୋରିଂ କରିଥିଲେ । ତାଙ୍କୁ ତିଲକ ବର୍ମା ଉଚିତ ସହାୟତା ଦେଇଥିଲେ । ବେହରନ୍‌ଡର୍ଫ ଓ ଏଲିସ୍‌ଙ୍କୁ ଛାଡିଦେଲେ ଅନ୍ୟ କୌଣସି ଅଷ୍ଟ୍ରେଲୀୟ ବୋଲରଙ୍କୁ ତ୍ରାହି ଦେଇନଥିଲେ । ତିଳକ ଷ୍ଟ୍ରାଇକ୍‌ରୋଟେଡ୍ କରୁଥିବା ବେଳେ ଗାଏକ୍ୱାଡ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ପଞ୍ଚମ ୱିକେଟ୍‌ରେ ଏହି ଯୋଡି ୯.୪ ଓଭରରେ ୧୪୧ ରନ୍ ଯୋଡିଥିଲେ । ଗାଏକ୍ୱାଡ୍ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ବେଳେ ତିଳକ ୨୪ ବଲରୁ ୪ଟି ଚୌକା ସହାୟତାରେ ୩୧³ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ବେହରନ୍‌ଡର୍ଫ, କେନ୍ ରିଚାର୍ଡସନ୍ ଓ ଆନ୍ ହାର୍ଡି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking