34.1 C
Bhubaneswar
Saturday, May 18, 2024
Homeଅପରାଧଚୋରି ଅଭିଯୋଗରେ ଆଟେଣ୍ଡାଣ୍ଟ ଗିରଫ

ଚୋରି ଅଭିଯୋଗରେ ଆଟେଣ୍ଡାଣ୍ଟ ଗିରଫ

ଭୁବନେଶ୍ୱର: ଚୋରି ଅଭିଯୋଗରେ ଜଣେ ଘରୋେଇ ଆଟେଣ୍ଡାଣ୍ଟଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟଚାଲଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବ୍ରାହ୍ମଣଖଣ୍ଡ ଗ୍ରାମର ଅରୁଣ କୁମାର ମହାନ୍ତି । ସୂଚନାଯୋଗ୍ୟ, ଅଭିଯୋଗକାରୀ ଜଣକ ଭୁବନେଶ୍ୱରର ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ପରିବାର ସହିତ ରୁହୁଥିବା ବେଳେ ତାଙ୍କ ମା ଡୁମୁଡୁମା ଅନ୍ତର୍ଗତ ଫେଜ-୨ ଅଞ୍ଚଳରେ ରୁହନ୍ତି । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟର ଦେଖାରକଖା କରିବା ନିମନ୍ତେ ଆଟେଣ୍ଡାଟ ଅରୁଣଙ୍କୁ ସେ ନିଯୁକ୍ତି ଦେଇଥିଲେ ।

ଅଭିଯୁକ୍ତ ଜଣକ ବାପାଙ୍କ ଦେଖାରଖା କରିବା ନିମନ୍ତେ ଡୁମୁଡୁମା ସ୍ଥିତ ଘରେ ଗତ ତା.୧୬.୦୮.୨୦୨୩ ରୁ ତା.୨୨.୦୮.୨୦୨୩ ପର୍ଯ୍ୟନ୍ତ ରହିଥିଲେ । ସେଠାରେ ରହିବା ମଧ୍ୟରେ ଅଭିଯୁକ୍ତ ଜଣକ ଠାକୁର ଘରେ ରଖା ଯାଇଥିବା ୪୦,୦୦୦ ଟଙ୍କା କୌଶଳ କ୍ରମେ ଚୋରୀକରି ନେଇଯାଇଥିଲେ । ଘଟଣାର ଅଭିଯୋଗ ପରେ, ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ଅଭଯୁକ୍ତଙ୍କୁ କାବୁ କରି ତାଙ୍କ ନିକଟରୁ ଚୋରୀଯାଇଥିବା ସମସ୍ତ ୪୦,୦୦୦ ଟଙ୍କା ଜବତ କରିବାରେ ସକ୍ଷମ ହୋଇଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ୨୦୨୨ ମସିହାରେ ଚନ୍ଦକା ଥାନାରେ ଏକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking