30.1 C
Bhubaneswar
Monday, May 20, 2024
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ

ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ସୁମିତା ଜେନା ଗୁରୁବାର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ ସହିତ ୩ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୨ ମାସ ଜେଲ୍ ଦଣ୍ଡର ଶୁଣାଣି କରିଛନ୍ତି । ଅଭିଯୁକ୍ତ ଜଣକ ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଫୁଲଝରି ଗ୍ରାମର ୨୩ ବର୍ଷ ବୟସ୍କ ସମ୍ବର ସୋରେନ । ଏହା ବ୍ୟତୀତ ପୀଡିତା ନାବାଳିକାଙ୍କୁ କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୧ମସିହା ଏପ୍ରିଲ୍ ୨୫ ତାରିଖରେ ଜନୈକା ନାବାଳିକା ଜଣକ ପଡ଼ୋଶୀ ଘରୁ ଟିଭି ଦେଖି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ । ଉକ୍ତ ସମୟରେ ଅଭିଯୁକ୍ତ ଜଣକ ବାଟରୁ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣଙ୍କ ଜୋରରେ ପାଟି କରିଥିଲେ । ପାଟିଶୁଣି ସ୍ଥାନୀୟ ଲୋକମାନେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୁଲିସ ଜିମା ଦେଇଥିଲେ । ଏନେଇ ନାବାଳିକାଙ୍କ ବାପା ବାଙ୍ଗିରିପୋଷି ଥାନାରେ ୨୫-୦୪-୨୦୨୧ରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ କେଶ୍ ନମ୍ବର ୧୬/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାମଲାର ବିଚାର ସମୟରେ ୧୬ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୁଲିସର ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି । ଗିରଫ ଦିନଠାରୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ କଏଦୀ ଭାବେ ଦଣ୍ଡ ଭୋଗୁଥିଲେ । ଉକ୍ତ ମାମଲାକୁ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking