27.1 C
Bhubaneswar
Saturday, July 27, 2024
Homeଅପରାଧଉଭଣୀକୁ ଅସଦାଚରଣ ଉଦ୍ୟମ; ବାଧା ଦେବାରୁ ଭାଇକୁ ପିଟିପିଟି ହତ୍ୟା

ଉଭଣୀକୁ ଅସଦାଚରଣ ଉଦ୍ୟମ; ବାଧା ଦେବାରୁ ଭାଇକୁ ପିଟିପିଟି ହତ୍ୟା

ଲକ୍ଷ୍ନୌ: ରକ୍ଷା ବନ୍ଧନର ମାତ୍ର ଦୁଇଦିନ ପୂର୍ବରୁ ଭଉଣୀକୁ ସୁରକ୍ଷା ଦେବାକୁ ଯାଇ ହତ୍ୟାର ହେଲା ଶିକାର ନାବାଳକ ଭାଇ । ସ୍କୁଲ ଭିତରେ ଛାତ୍ରଗୋଷ୍ଠୀ ମଧ୍ୟରେ ଝଗଡା ପରେ ଏପରି କାଣ୍ଡ ଘଟିଛି । ଏହି ଘଟଣାକୁ ନେଇ ସାଙ୍ଗରେ ସ୍କୁଲ ଯାଇଥିବା ଉଉଣୀକୁ କିଛି ଛାତ୍ର ଅସଦାଚରଣ କରିବାକୁ ଉଦ୍ୟମ କରୁଥବା ବେଳେ ଏହି ନାବାଳକ ଭାଇଜଣଙ୍କ ସେମାନଙ୍କୁ ବାଧା ଦେଇଥିଲା । ସେମାନେ ସମ୍ପୃକ୍ତ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି । ଏପରି ଏକ ହତ୍ୟାକାଣ୍ଡ ପ୍ରୟାଗରାଜ ଖେରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଗତକାଲି ଘଟିଛି । ପ୍ରତିବାଦରେ ମୃତକଙ୍କ ପରିବାର ସଦସ୍ୟମାନେ ଗ୍ରାମବାସୀଙ୍କ ସହ ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ରାସ୍ତା ଅବରୋଧ କରିଥିଲେ । ପୋଲିସ କମିଶନର ଘଟଣାସ୍ଥଳରେ ପହଞ୍ଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ଦେବା ପରେ ସ୍ଥିତିରେ ସୁଧାର ଆସିଥିଲା । ସିଟି ଡିସିପି ସନ୍ତୋଷ କୁମାର ମୀନା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରୟାଗରାଜ ଖେରୀ ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ନାବାଳାକ ଛାତ୍ର ୧୦ ଶ୍ରେଣୀର ଛାତ୍ର ଥିଲେ ।

ସେ ଗତକାଲି ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଙ୍କ ସହ ସ୍କୁଲ ଯାଇଥିଲେ । ବିଦ୍ୟାଳୟରେ ଅନ୍ୟ ଛାତ୍ରମାନଙ୍କ ସହିତ କୌଣସି କାରଣରୁ ବିବାଦ ଓ ପରେ ଝଗଡା ହୋଇଥିଲା । ପରେ ସ୍କୁଲରୁ ଫରିବା ସମୟରେ ମଧ୍ୟ ରାସ୍ତାରେ ଉକ୍ତ ଛାତ୍ରଗୋଷ୍ଠୀ ଓ ଏହି ନାବାଳକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନିକଟରେ ଥିବା ଭଉଣୀ ବିରୋଧ କରିଥିଲେ । ଅଭିଯୁକ୍ତ ଛାତ୍ର ଓ ଅନ୍ୟ କିଛି ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ନାବାଳାକଜଣଙ୍କ ଏହାକୁ ବିରୋଧ କରିବାରୁ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଅଭିଯୁକ୍ତ ଗୋଷ୍ଠୀ । ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ଅଭିଯୋଗ ଆଧାରରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ମୋଟ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏହି ମାମଲାରେ ଦୁଇଟି ସ୍ଥାନୀୟ ସମ୍ପ୍ରଦାୟ ସମ୍ପୃକ୍ତ ଥିବାରୁ କୌଣସି ଉତ୍ତେଜନା ଆଶଙ୍କାରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ଓ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ ପ୍ରଶାସନ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking