ମୟୂରଭଞ୍ଜ: ଭୁଜାଲି ଆକ୍ରମଣରେ ବୃଦ୍ଧ ଗୁରୁତ୍ତର। ପେଟରେ ଆଘାତ ହୋଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ତେବେ ପୂର୍ବ ଶତ୍ରୁତାକୁନେଇ ଭୁଜାଲି ଆକ୍ରମଣ ହୋଇଥିବା କୁହାଯାଇଛି। ତେବେ ଏଭଳି ଏକ ଆଭାବନିୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବଡ଼ଚାଟରା ଗ୍ରାମରେ। ରାତି ପ୍ରାୟ ଦଶଟା ସମୟରେ ବଡଚାଟରା ଗ୍ରାମର ଗୋବିନ୍ଦ ମହାନ୍ତ ୬୫ବର୍ଷ ଖାଇପିଇ ଘର ବାରଣ୍ଡାରେ ବସିଥିବା ବେଳେ ସେହି ଗ୍ରାମର ଅନିଲ୍ ମହାନ୍ତ ଆସି ତାଙ୍କ ବାପାଙ୍କୁ ପଛପଟୁ ଜାବୁଡ଼ି ଧରିଲା ଓ ସୁନୀଲ ମହାନ୍ତ ଭୁଜାଲି ମାଡ଼ କରିଥିବା ଅଭିଯୋଗ କରିଛନ୍ତି ଗାବିନ୍ଦଙ୍କ ପୁଅ ବଳରାମ ମହାନ୍ତ। ଭୁଜାଲି ମାଡ଼ରେ ଗୋବିନ୍ଦଙ୍କ ପେଟରେ ଗଭୀର ଆଘାତ ହୋଇଥିଲା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଝାରପୋଖରିଆ ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଂଚି ଗୋବିନ୍ଦଙ୍କୁ ଉଦ୍ଧାର କରି ପ୍ରଥମେ ଶିର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ଗୋବିନ୍ଦଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ ବାରିପଦାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ପୁର୍ବରୁ ମଧ୍ୟ ଏହି ଦୁଇଭାଇ ମାରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ବଳରାମ ମହାନ୍ତ। ହେଲେ କେଉଁ କାରଣରୁ ଏହିପରି ଘଟଣା ଘଟେଇଛନ୍ତି ତାହା ଜଣାପଡ଼ିନଥିବା ବେଳେ ଝାରପୋଖରିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।